ଉତ୍ତରପ୍ରଦେଶରେ ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଆପ୍
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ସମସ୍ତ ୪୦୩ ବିଧାନସଭା ଆସନରେ ଆମ ଆଦମି ପାର୍ଟି (ଆପ୍) ପ୍ରତିଦ୍ୱନ୍ଦ୍ୱିତା କରିବ। ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭାରେ ନିର୍ବାଚନରେ ଦଳ ନିଜସ୍ୱ ସାମର୍ଥ୍ୟ ଆଧାରରେ ଲଢିବ ବୋଲି କହିଛନ୍ତି ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ।
ଦଳ ପକ୍ଷରୁ ଉତ୍ତର ପ୍ରଦେଶ ଦାୟିତ୍ୱରେ ଥିବା ଶ୍ରୀ ସିଂହ କହିଛନ୍ତି ଯେ, ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ବର୍ତ୍ତମାନ ସୁଦ୍ଧା ୧୨୦ ଜଣ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇସାରିଛି। ସେହିପରି ତାଙ୍କ ଦଳ ଭାଜପାର ମିଛ ଜାତୀୟତାବାଦର ମୁଖା ଖୋଲିବ ଏବଂ ଆମ୍ ଆଦମି ପାର୍ଟିର ବାସ୍ତବ ଜାତୀୟତା ପ୍ରଦର୍ଶନ କରିବ। ଉତ୍ତର ପ୍ରଦେଶର ସମସ୍ତ ୪୦୩ ବିଧାନସଭା ଆସନରେ ତାଙ୍କ ଦଳ ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିବ ବୋଲି ସେ ସୂଚନା ଦେଇଥିଲେ।
