ଅଲଗା ହେଲେ ଆମିର୍ ଖାଁ ଓ କିରଣ ରାଓ
ମୁମ୍ବାଇ : ୧୫ ବର୍ଷର ବୈବାହିକ ଜୀବନ ବିତାଇବା ପରେ ବିବାହ-ବିଚ୍ଛେଦ ଘୋଷଣା କରିବା ଲାଗି ଆଜି ଆମିର୍ ଖାଁ ଏବଂ କିରଣ ରାଓ ଏକ ମିଳିତ ବିବୃତି ଜାରି କରିଛନ୍ତି। ସେ ବିବୃତିରେ ଉଲ୍ଲେଖ ଅଛି, ଏଇ ସୁନ୍ଦର ୧୫ ବର୍ଷରେ ଆମେ ସାରା ଜୀବନର ଅଙ୍ଗେନିଭା ଅନୁଭୂତି, ଆନନ୍ଦ ଓ ହର୍ଷ ଆଦାନପ୍ରଦାନ କଲୁ। ଆମର ସମ୍ପର୍କ ବିଶ୍ବାସ, ସମ୍ମାନ ଏବଂ ସ୍ନେହରେ ପରିପୁଷ୍ଟ ହୋଇଥିଲା। ଏଥର ଆମେ ନୂଆ କରି ଆମର ବାକି ଜୀବନ ଆରମ୍ଭ କରିବୁ। ପତି-ପତ୍ନୀ ଭାବେ ନୁହେଁ, ସେ ଜୀବନ ସନ୍ତାନସନ୍ତତି ଲାଳନପାଳନ ପାଇଁ ସହଯୋଗୀ-ପିତାମାତା ଏବଂ ପରସ୍ପରର ପରିବାର ଭଳି।
ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ବେଶ୍ କିଛି ଦିନ ଆଗରୁ ଆମେ ବିଚ୍ଛେଦ ଯୋଜନା ଆରମ୍ଭ କରିଥିଲୁ। ଏବେ ସେ ବ୍ୟବସ୍ଥାକୁ ଔପଚାରିକ କରିବା ଲାଗି ଆମେ ସହଜ ମଣୁଛୁ। ପୃଥକ୍ ବାସ କରି ସୁଦ୍ଧା ସମ୍ପ୍ରସାରିତ ପରିବାର ଭଳି ଆମେ ଜୀବନର ହର୍ଷବିଷାଦ ବାଣ୍ଟକୁଣ୍ଟ କରିବୁ। ଆମ ପୁତ୍ର ଆଜାଦକୁ ଏକତ୍ର ଲାଳନପାଳନ କରିବା ଲାଗି ଆମେ
