ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ଜଣେ ଯୁବତୀ
କଟକ : କାଠଯୋଡ଼ି ବ୍ରିଜ ଉପରେ ଶୁକ୍ରବାର ରାତିରେ ସ୍କୁଟି ରଖି ନଦୀକୁ ଡେଇଁଲେ ଜଣେ ଯୁବତୀ। ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରୁ ସ୍ଥାନୀୟ ଲୋକେ ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯୁବତୀ ଜଣଙ୍କ ନୟାଗଡ଼ ଜିଲାର ବୋଲି ଜଣାପଡ଼ିଛି । ସେ କଟକରେ ରହୁଥିବା ପୋଲିସ ସୂଚନା ଦେଇଛି। ତେବେ ଯୁବତୀ ଜଣକ କାହିଁକି ନଦୀ ଭିତରକୁ ଡେଇଁଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି। ପୋଲିସ ସଂପୃକ୍ତ ଯୁବତୀଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଛି । ବ୍ରିଜ ଉପରେ ଥିବା ଯୁବତୀଙ୍କ ସ୍କୁଟି, ମୋବାଇଲ ଫୋନ ଓ ଭ୍ୟାନିଟି ବ୍ୟାଗ୍କୁ ଜବତ କରି ପୁଲିସ୍ ଘଟଣାର ତଦନ୍ତ କରୁଛି ।
