ମନ୍ଦିରରେ ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ, ଡାକ୍ତରଖାନାରେ ଭର୍ତ୍ତି
ଢେଙ୍କାନାଳ : ଢେଙ୍କାନାଳ ପୁରୁଣା ଅମାଙ୍ଗ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଗାଁ ଶିବ ମନ୍ଦିରରେ ଶୋଇଥିବା ଅବସ୍ଥାରେ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପୁରୁଣା ଅମାଙ୍ଗ ଗ୍ରାମର ରଞ୍ଜନ ପାଗଡ଼ଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ । ମୁମୂର୍ଷ ଅବସ୍ଥାରେ ଢ଼େଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯଇଥିଲା ।
ହତ୍ୟାକାଣ୍ଡର ସଠିକ କାରଣ କଣ ଜଣାନପଡିଥିଲେ ମଧ୍ୟ ଅନେକ ଚର୍ଚ୍ଚା ହେଉଛି । ନୀହଲପ୍ରସାଦ ଥାନା ଅନ୍ତର୍ଗତ ପୁରୁଣା ଅମାଙ୍ଗ ଗ୍ରାମର ଶିବ ମଦିରରେ ଏହି ହତ୍ୟାକାଣ୍ଡ ଘଟିଛି । ଶିବ ମନ୍ଦିରରେ ଶୋଇଥିବା ବେଳେ ଗତ ରାତିରେ ଦୁର୍ବୃତ୍ତ ମାନେ ରଂଜନଙ୍କୁ ଅତି ବିଭତ୍ସ ଭାବେ ହାଣି ପକାଇଥିଲେ । ତାଙ୍କୁ ମୁର୍ମୁଶୁ ଅବସ୍ଥାରେ ପରିବାର ପକ୍ଷରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରଂଜନଙ୍କ ଛାତି ଓ ବେକରେ ଧାରୁଆ ଅସ୍ତ୍ରରେ ହଣା କ୍ଷତ ଥିବା ଦେଖାଯାଇଛି ।
ମୃତ ରଞ୍ଜନ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ମାମଲାରେ ଜେଲ ଯାଇ ଗତ ଦୁଇବର୍ଷ ହେଲା ଜେଲ୍ରୁ ଫେରିଥିଲେ । ତାଙ୍କ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ନେଇ ବିବାଦ ଲାଗିଥିବାବେଳେ ପତ୍ନୀ ତାଙ୍କ ବାପା ଘରକୁ ଚାଲିଯାଇଥିବା ଜଣାପଡିଛି । ଫଳରେ ହତ୍ୟାକାଣ୍ଡ ପଛରେ ସଠିକ କାରଣ କଣ ନିହଲ ପ୍ରସାଦ ଥାନା ପୁଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
