ବେକରେ ଦୌଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ଡା ଫାଣ୍ଡି ଅଧିନସ୍ଥ ଚାନ୍ଦମଣି ଗ୍ରାମରେ ଜଣେ ୪୦ ବର୍ଷର ଯୁବକ ରବିବାର ରାତିରେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛି । ମୃତ ଯୁବକ ଜଣକ ହେଲେ ଚାନ୍ଦମଣି ଗ୍ରାମର କାହ୍ନୁଚରଣ ପାତ୍ରଙ୍କ ପୁତ୍ର ହରିହର ।
ହରିହର ଗତ ରବିବାର ରାତିରେ ଖାଇସାରି ଘରେ ଶୋଇଥିଲେ । ସୋମବାର ଭୋର ସମୟରେ ଘରଲୋକ ଉଠି ସିଡ଼ି ଘର ଭିତରେ ହରିହରକୁ ଝୁଲନ୍ତା ଅବସ୍ଥାରେ ଦେଖି ଜାମକୁଣ୍ଡା ଫାଣ୍ଡିକୁ ଖବର ଦେଇଥିଲେ । ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଶାରଦା ପ୍ରସନ୍ନ ମୁଦୁଲି ଘଟଣା ସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା (ନଂ.୨/୨୦୨୩) ରୁଜୁ କରି ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ସ୍ଥାନୀୟ ଲୋକମାନେ ହରିହର ବିଭିନ୍ନ ଲୋକଙ୍କ ଠାରୁ ବହୁ ପରିମାଣରେ ଟଙ୍କା ଧାର କରଜ କରିଥିବାରୁ ଲୋକମାନେ ତାଙ୍କୁ ଟଙ୍କା ମାଗୁଥିବାରୁ ମାନସିକ ସ୍ଥିତି ଭଲ ନ ଥିଲା ଯାହା ଫଳରେ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କହିଛନ୍ତି ।
