ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ପରିମଳ ଉପରେ ଆର୍ମ ସଂଗଠନ ପକ୍ଷରୁ ଦୁଇ ଦିନିଆ ଶିକ୍ଷକ ମାନନଙ୍କ କର୍ମଶାଳା ଅନୁଷ୍ଠିତ
ବାଲିଆପାଳ : ବାଲିଆପାଳ ବ୍ଳକର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆର୍ମ ସଂଗଠନ ପକ୍ଷରୁ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ପରିମଳ ଉପରେ ଶିକ୍ଷକ ମାନଙ୍କୁ ନେଇ ଦୁଇ ଦିନିଆ କର୍ମଶାଳା ଦେଉଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ବାଲିଆପାଳ ବ୍ଳକର ଦେଉଳା, ବଲରାମପୁ ଓ ବାଲିକୁଟୀ ଗ୍ରାମପଞ୍ଚାୟତର ୩୨ ଟି ବିଦ୍ୟାଳୟର ୫୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ।ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର ରମାନାଥ କର ଓ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ବିଜୟ ପାତ୍ର ପ୍ରଶିକ୍ଷକ ଭାବରେ ଯୋଗଦେଇ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରି କହିଥିଲେ ଯେ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ପରିବେଶ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଗୁରୁଦାୟିତ୍ୱ ରହିଛି।କାରଣ ସେମାନେ ପିଲାଙ୍କୁ ପାଠ ପଢ଼ା ସହିତ ଏ ଦିଗରେ ମଧ୍ୟ ଉବିତ ଶିକ୍ଷା ଦେଇ ପାରିବେ।ଆର୍ମ ସଂଗଠନର ସଂଯୋଜକ ତଥା ସମାଜସେବୀ ରାଜେନ୍ଦ୍ର ରଣାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେଉଳା ସରପଞ୍ଚ ସରୋଜ ପିଳା, ସମାଜସେବୀ ନିତ୍ୟାନନ୍ଦ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଆର୍ମ ସଂଗଠନର ସମସ୍ତ କର୍ମଚାରୀମାନେ ସହାୟତା କରିଥିଲେ।
