ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦୁଇଦିନିଆ କ୍ରୀଡା ଉତ୍ସବ ଉଦଯାପିତ
ଔପଦା : ଔପଦା ବ୍ଲକ ଢିମ୍ପୁରା ଗ୍ରାମ ନିକଟରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦୁଇଦିନିଆ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗିତା ଉତ୍ସବକୁ ୧୨ତାରିଖରେ ଉଦଘାଟନ କରାଯାଇଥିବା ବେଳେ ଔପଦା ନୋଡାଲ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଥିଲା । ୧୩ ତାରିଖରେ କ୍ରୀଡା ଉତ୍ସବକୁ ଉଦଯାପିତ କରାଯାଇଥିବା ବେଳେ ବିଭିନ୍ନ ପ୍ରକାର ଖେଳରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଖେଳରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବା ଜଣାଯାଇଛି ।
ଜିଲାପାଳ ଓ ଏସପିଙ୍କ ୧୨ ତାରିଖ ମିଳିତ ଜନଶୁଣାଣି ଶିବିର ଦିନ ଏହି କ୍ରୀଡା ଉତ୍ସବ ସମ୍ପର୍କରେ ଶିବିରରେ ଉପସ୍ଥିତ ଥିବା ଜିଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୁତାରଙ୍କୁ ସାମ୍ବାଦିକମାନେ ପଚାରିବାରୁ ଶିକ୍ଷାଧିକାରୀ ମୁଁ ଏବିଷୟରେ ସୂଚନା ପାଇନାହିଁ ବୋଲି ଉତ୍ତର ଦେଇଥିଲେ । ଉଦଯାପନୀ ଦିବସରେ ଦୌଡ଼ରେ ଭାଗ ନେଇଥିବା ଜଣେ ଛାତ୍ର ଦୌଡୁ ଥିବା ସମୟରେ ଅଚାନକ ତଳେ ପଡି ଗୋଡ଼ରେ ଆଘାତ ଲାଗିବାରୁ ପ୍ରଥମେ ଔପଦା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ୧୦୮ ଦ୍ୱାରା ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଥିବା ଜଣାଯାଇଛି |
