ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୧୦ ମୃତ
ସୁରଟ : ଗୁଜୁରାଟର ଆଣନ୍ଦ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି । ତାରାପୁର ଅଞ୍ଚଳରେ ଏକ ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ ଘଟିଛି ।
ସୂଚନା ଯେ, ଏକ ଇକୋ କାରରେ ଗୋଟିଏ ପରିବାରର ୧୦ ଜଣ ଯାତ୍ରା କରୁଥିଲେ । କାରଟି ସୁରଟରୁ ଭାବନଗର ଅଭିମୁଖେ ଯାତ୍ରା କରୁଥିଲା । ତେବେ ଆଣନ୍ଦ ଜିଲ୍ଲାର ତାରାପୁର ଇନ୍ଦ୍ରନାଜ ଗ୍ରାମ ନିକଟରେ ଏକ ହାଇଓ୍ୱା କାରରୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ଟ୍ରକ୍ ମଧ୍ୟକୁ ପସିଯାଇତିଲା । କାରଟି ଚୁରମାର ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ସମସ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ମୃତଦେହ ଗୁଡିକ ଜଣଙ୍କ ଉପରେ ଜଣେ ପଡି ରହିଥିଲା । ତୁରନ୍ତ ପୋଲିସକୁ ସେମାନେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
