ରେଳ ଲାଇନ୍ ପାର ବେଳେ ହାତୀ ପଲଙ୍କୁ ଧକ୍କା ଦେଲା ଟ୍ରେନ୍ : ୨ ମାଈହାତୀ ମୃତ, ୧ ଗୁରୁତର
ଘଟଗାଁ : କେନ୍ଦୁଝର ଜିଲା ଦୈତାରି ରେଞ୍ଜ ଅନ୍ତର୍ଗତ ଟାଙ୍ଗରିଆପାଳ ଷ୍ଟେସନ ନିକଟରେ ଦୁର୍ଘଟଣା । ଟାଙ୍ଗରିଆପାଳ ଷ୍ଟେସନ ନିକଟ ଆମ୍ବଧରା ନାଳ ଏବଂ କୋଠଘାଟି ମଧ୍ୟବର୍ତ୍ତୀ ଟ୍ରେନ ଲାଇନରେ ବିଳମ୍ବିତ ରାତିରେ ହାତୀପଲ ରାସ୍ତା ପାର ହେଉଥିଲେ। ରେଳ ଲାଇନ୍ ପାର ହେବା ବେଳେ ହାତୀ ପଲଙ୍କୁ ଧକ୍କା ଦେଲା ଟ୍ରେନ୍ । ମାଲବାହୀ ଟ୍ରେନ୍ ଧକ୍କାରେ ଯାଇଛି ୨ ମାଈ ହାତୀଙ୍କ ଜୀବନ । ଗୋଟିଏ ହାତୀ ଗୁରୁତର ହୋଇଛି ।
ହାତୀପଲ ରେଳ ଧାରଣା ପାର ହେଉଥିଲେ । ଏତିକିବେଳେ ଟାଙ୍ଗରିଆପାଳ ଷ୍ଟେସନ୍ ନିକଟ ଆମ୍ବଧରା ନାଳ ଏବଂ କୋଠଘାଟି ମଝିରେ ହାତୀଙ୍କୁ ଧକ୍କା ଦେଇଥିଲା ଏକ ମାଲବାହୀ ଟ୍ରେନ୍ । ଦୁର୍ଘଟଣା ପରେ ହାତୀ ଦୁଇଟି ପ୍ରାୟ ୧୦ଫୁଟ ତଳକୁ ଛିଟିକି ପଡିଥିଲେ । ବନ ବିଭାଗ ଓ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
