ଶୋପିୟା ସଂଘର୍ଷରେ ଜଣେ ଆତଙ୍କବାଦୀର ମୃତ୍ୟୁ
ଶୋପିୟା : ଶୋପିୟା ଜିଲାର ହେଫ ଶିରମଲ ଅଂଚଳରେ ସୋମବାର ଦିନରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏକ ସଂଘର୍ଷରେ ସୁରକ୍ଷାକର୍ମୀମାନେ ଜଣେ ଆତଙ୍କବାଦୀକୁ ମାରିଦେଇଛନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ ଅଂଚଳରେ ସଂଘର୍ଷ ଜାରି ରହିଥିଲା ।
ସୂଚନା ଅନୁଯାୟୀ ସୋମବାର ଦୋପହର ହେଫ ଶିରମଲ ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତିର ସୂଚନା ମିଳିବା ପରେ ଶୋପିୟା ପୋଲିସ ଅନ୍ୟ ସୁରକ୍ଷାବଳ ସହିତ ମିଶି ପୁରା ଅଂଚଳର ଘେରାବନ୍ଦୀ କରି ତଲାଶୀ ଅଭିଯାନ ଆରମ୍ଭ କରିଛି । ତଲାଶୀ ସମୟରେ ଅଂଚଳରେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ପାଖକୁ ଆସୁଥିବା ଦେଖି ଗୁଳିଚାଳନା ଆରମ୍ଭ କରିଦେଇଥିଲେ, ଯାହାର ଉତରରେ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳିଚାଳନା କରିଥିଲେ । ଏହି ସଂଘର୍ଷରେ ଏବେ ସୁରକ୍ଷାକର୍ମୀମାନେ ଏକ ଆତଙ୍କବାଦୀକୁ ମାରିପକାଇଛନ୍ତି । ମୃତ ଆତଙ୍କବାଦୀର ପରିଚୟ ବର୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ ।
