ଛେଣ୍ଡ କଲୋନୀରୁ ସେକ୍ସ ର୍ୟାକେଟ ଠାବ
ରାଉରକେଲା : ରାଉରକେଲା ଛେଣ୍ଡ କଲୋନୀରୁ ଆଜି ଏକ ସେକ୍ସ ର୍ୟାକେଟକୁ ଠାବ କରିଛି ପୋଲିସ । ଛେଣ୍ଡ ପୋଲିସ ଇ.ସି.ଆର. ବ୍ଲକର ଏକ ଘରେ ଚଢ଼ଉ କରି ୬ ଜଣ ଯୁବତୀ ଏବଂ ୬ ଜଣ ଯୁବକଙ୍କୁ ଧରିଥିବା ନେଇ ସେ ଅଂଚଳରେ ଥିବା ଦେଖଣାହାରୀ ମାନେ ପ୍ରକାଶ କରିଛନ୍ତି ।
ଆଜି ଦିନ ପ୍ରାୟ ୧ଟା ସମୟରେ ପୋଲିସର ଦୁଇଟି ଭ୍ୟାନ୍ ଏହି ଘର ନିକଟରେ ପହଂଚିଥିଲା । ଘର ଭିତରେ ପ୍ରବେଶ କରି ପୋଲିସ ଏମାନଙ୍କୁ ପଚରା ଉଚୁରା କରିବା ପରେ ଏମାନଙ୍କ ଉପସ୍ଥିତି ଏବଂ ପୋଲିସକୁ ଦେଇଥିବା ଉତରରେ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ଦୀର୍ଘଦିନ ଧରି ଏହି ଘରକୁ ବିଭିନ୍ନ ପୁରୁଷ ଓ ଯୁବତୀ ମାନଙ୍କର ଯିବାଆସିବାକୁ ନେଇ ସେ ଅଂଚଳରେ ରହୁଥିବା ବାସିନ୍ଦାଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା । ତେବେ ଏଭଳି ସମ୍ପୂର୍ଣ୍ଣ ଜନଗହଳି ପୁର୍ଣ୍ଣ ଅଂଚଳ ଏବଂ ମୁଖ୍ୟ ରାସ୍ତା କଡ଼ରେ ଭଡ଼ା ସୂତ୍ରରେ ଏହି ଘର ନେଇ ଦେହ ବ୍ୟବସାୟ ଚାଲିଥିବା ଜଣାପଡିଛି ।
