ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, ବାପା-ପୁଅ ଅଟକ
ଜଳେଶ୍ୱର : ବାଲେଶ୍ୱର ଅବକାରୀ ସ୍ପେଶାଲ ସ୍ୱାର୍ଡ ଓ ଜଳେଶ୍ୱର ଅବକାରୀ ମିଳିତ ଭାବରେ ୬୦ନଂ ଜମାଳପୁର ବାଇପାସ ଅଞ୍ଚଳରେ ଚଢଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଘଟଣାସ୍ଥଳରୁ ବାପ ଓ ପୁଅ ଅଟକ ହୋଇଛନ୍ତି । ସେମାନେ ହେଲେ ସେକ କମାଲ ଓ ତାଙ୍କ ପୁଅ ସେକ ତାଜୁଦିନ । ସେମାନଙ୍କ ଘର ଜଳେଶ୍ୱର ଶଶାନବାଡ଼ ଅଞ୍ଚଳରେ ବୋଲି ଜଣା ପଡ଼ିଛି ।
ସୂଚନା ଯେ, ଜଳେଶ୍ୱର ଅବକାରୀ ବିଭାଗକୁ ଗଞ୍ଜେଇ କାରବାର ନେଇ ସୂଚନା ମିଳିଥିଲା । ଟିମ୍ ସଦଳବଳେ ଏହି ଅଞ୍ଚଳରେ ଚଢ଼ଉ କରି ଏକ ଗୁହାଳ ଘରୁ ଦୁଇ ବସ୍ତା ଗଞ୍ଜେଇ ଜବତ କରିଥିଲା । ଜବତ ଗଞ୍ଜେଇ ପାଖାପାଖି ଏକ କୁଇଣ୍ଟାଲ ହେବ ଏବଂ ଏହାର ବଜାର ମୁଲ୍ୟ ପାଖାପାଖି ୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
