ଦୁଇ ବଖରା ଘର ସହିତ ୫ ଲକ୍ଷ ଟଙ୍କାର ସମ୍ପତି ପୋଡ଼ି ନଷ୍ଟ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଆଳି ତହସିଲ ଅନ୍ତର୍ଗତ ମେଣ୍ଡପୁର ପଂଚାୟତର ରସୁଲପୁର ଗ୍ରାମରେ ଦିନ ମଜୁରିଆ ଅରମାନ ଖାନଙ୍କର ଦୁଇ ବଖରା ଚାଳଘରେ ନିଆଁ ଲାଗି ଘର ସଂପୂର୍ଣ୍ଣ ଜଳିଯିବା ସହ ଘର ଭିତରେ ଥିବା ସମସ୍ତ ଆସବାବପତ୍ର, ଲୁଗାପଟା, ଆଲମାରୀ, ଖଟ, ପିଲାଙ୍କ ବହି ସହିତ ସମସ୍ତ ଜିନିଷପତ୍ର ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ପୋଡି ସପୂର୍ଣ୍ଣ ପାଉଁଶ ହୋଇଯାଇଛି । ରସୁଲପୁର ଗ୍ରାମର ସନା ଖାନଙ୍କ ପୁଅ ଅରମାନ ଖାନଙ୍କର ଏହି ଘର ପୋଡି ଯାଇଥିବାରୁ ସେ ସର୍ବସ୍ୱ ହରାଇ ଗଛତଳେ ଆଶ୍ରୟ ନେଇଛନ୍ତି । ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ପଇଁ ସାଧାରଣରେ ଦାବି ହେଉଛି ।
