ବ୍ୟାସକବି ନଗରରେ ମୁରୁଜ ପ୍ରତିଯୋଗିତା
ବାଲେଶ୍ୱର : ବାଲେଶ୍ୱର ସହର ସହଦେବଖୁଣ୍ଟା ବ୍ୟାସକବି ନଗରରେ ପ୍ରତିବର୍ଷ ଭଳି ମହିଳା ଓ କିଶୋରୀଙ୍କ ମଧ୍ୟରେ ମୁରୁଜ ପ୍ରତିଯୋଗିତା ଓ ସାମୂହିକ ଭୋଜନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ସୋମବାର ମଧ୍ୟାହ୍ନରେ ସ୍ଥାନୀୟ ଚାନ୍ଦମାରି ପଡ଼ିଆ ଶିବମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହିଳା ଓ କିଶୋରୀମାନେ ମୁରୁଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ପୌରାଧ୍ୟକ୍ଷା ସବିତା ସାହୁ, ପୂର୍ବତନ ପୌରାଧ୍ୟକ୍ଷ ତପନ ଚକ୍ରବର୍ତ୍ତୀ, ନାରୀନେତ୍ରୀ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ୍ ସଭାପତି ସୂର୍ଯ୍ୟକାନ୍ତ କର, ଆଇନଜୀବୀ ଭରତ ଚନ୍ଦ୍ର ଲେଙ୍କା, ଜିତେନ୍ଦ୍ର ପାଣି, ସୁରମା ମିସ୍ତ୍ରୀ, ମହମ୍ମଦ ଇସଲାମ ଓ ସକିଲା ବାନୁ ପ୍ରମୁଖ ସହରର ବହୁ ବିଶିଷ୍ଟବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଅଧିବାସୀଙ୍କ ସଂହତିକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବ୍ୟାସକବି ନଗର ବିକାଶ ପରିଷଦର ସଭାପତି ରଞ୍ଜନ ଭୋଇଙ୍କ ସମେତ ନରେନ୍ଦ୍ର କୁମାର ସ୍ୱାଇଁ, ଭଗବାନ ମହନୀ, ସଞ୍ଜୟ ଚୌଧୁରୀ, ସରସ୍ୱତୀ ପଣ୍ଡା, ମନୋଜ ନାୟକ, ଜିତେନ୍ଦ୍ର ଉପାଧ୍ୟାୟ, ଦେବାଶିଷ ଦାସ, ବେଣୁଧର ପଣ୍ଡା, ଅଞ୍ଜନା ସେନ୍, ପ୍ରଭାତ ସାହୁ, ଗୌରାଙ୍ଗ ପାଣିଗ୍ରାହୀ, ଇଂ. ଡମ୍ବରୁଧର ପ୍ରଧାନ, ଅଖିଳ କୁମାର ଦାସ ଓ ସରସ୍ୱତୀ ଜେନା ପ୍ରମୁଖ ସହାୟତା କରିଥିଲେ । ମୁରୁଜ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପରିଷଦର ବାର୍ଷିକ ଉତ୍ସବ ଓ ଫକୀରମୋହନ ଜୟନ୍ତୀ ଅବସରରେ ପୁରସ୍କୃତ କରାଯିବ ।ଏହି ଅବସରରେ ବିକାଶ ପରିଷଦ ଓ ସ୍ଥାନୀୟ ବାସିନ୍ଦାମାନଙ୍କ ସହଯୋଗରେ ଆୟୋଜିତ ସାମୂହିକ ଭୋଜନ କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।
