ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ତରଫରୁ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ର ଅଗ୍ରଣୀ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ତରଫରୁ “ପ୍ରକୃତି ଓ ସାହିତ୍ୟ ” ବିଷୟ ବସ୍ତୁ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି l ଲାଲମୋହନ ପତି ସରକାରୀ ଉଚ୍ଚ ବିଦ୍ୟାଳୟ, ଧନପୁରର ପ୍ରଧାନଶିକ୍ଷକ କୃଷ୍ଣ ଚନ୍ଦ୍ର ମହାନ୍ତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରେ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ବାଲେଶ୍ୱର ର ସହକାରୀ ପ୍ରଫେସର ଡକ୍ଟର ସରୋଜ ନାୟକ ମୁଖ୍ୟ ଅତିଥି, ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ର ପୃଷ୍ଠପୋଷକ ସଦସ୍ୟ କବି ଅମିତାଭ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟ ର ସାମଗ୍ରିକ ଦୃଷ୍ଟିଭଙ୍ଗୀ ରେ ପ୍ରକୃତିରlଜି ସଦା ସର୍ବଦା ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଅଶୋକ କୁମାର ପୁଷ୍ଟି, କବୟିତ୍ରୀ ସୁନିତା ରାଣୀ, ଅସିତ କୁମାର ସାହୁ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଆଗାମୀ ଡିସେମ୍ବର ମାସରେ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ହେବାର ସ୍ଥିରୀକୃତ ହୋଇଥିଲା l
