ବିପୁଳ ପରିମାଣର ବ୍ରାଉନସୁଗାର ଓ ଗଞ୍ଜେଇ ନଷ୍ଟ
ଖୋର୍ଦ୍ଧା : ଆଇଜି ଜେ.ଏନ ପଙ୍କଜ, କ୍ରାଇମବ୍ରାଂଚ ଏସପି କଟକ, ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରି ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ୍ ଡ଼ିସପୋଜାଲ କମିଟିର ନିଷ୍ପତିକ୍ରମେ ରାଜ୍ୟ ଫରେନସିକ ସାଇନ୍ସର ଅଧିକାରୀଙ୍କ ସମେତ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲାରେ ଏସଟିଏଫ ପକ୍ଷରୁ ଦୁଇଟି ମାମଲାରେ ଜବତ ହୋଇଥିବା ମୋଟ ୧ କେଜି ୪୨ ଗ୍ରାମ ବ୍ରାଉନସୁଗାର ଓ ୫୨୫୭ କେଜି ଗଞ୍ଜେଇକୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ସାନି କ୍ଲିନ କମ୍ପାନୀ ଭାଟିରେ ନଷ୍ଟ କରାଯାଇଛି । ଏପରିକି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ତେବେ ଆଜି ସୁଦ୍ଧା ଏସଟିଏଫ ୨୫ କେଜି ୫୩୮ ଗ୍ରାମ ବ୍ରାଉନସୁଗାର ଏବଂ ୧୧୫ କ୍ୱିଂଟାଲ ୯୭ କେଜି ଗଞ୍ଜେଇ ନଷ୍ଟ କରିଛି । ସେହିପରି ଓଡ଼ିଶା ପୋଲିସ ୩୦ କେଜି ୬୦୦ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଏବଂ ୮୭୦ କ୍ୱିଂଟାଲ ଗଞ୍ଜେଇ ନଷ୍ଟ କରିଥିବାର ଜଣାପଡିଛି ।
