ବାଲିଆପାଳ ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ।
ବାଲିଆପାଳ : ବାଲିଆପାଳ ବ୍ଲକରେ ସୋମବାର ବ୍ଲକ ସଭାଗୃହ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜନ ଶୁଣାଣିରେ ୧୪୬ଟି ଅଭିଯୋଗ ରେଜିଷ୍ଟ୍ରେସନ ହୋଇଥିବା ବେଳେ ସେଥିରୁ ୧୨୮ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା। ସମସ୍ତ ଅଭିଯୋଗ ମଧ୍ୟରୁ ୭୫ ଟି ଅଭିଯୋଗର ସମାଧାନ ହୋଇଯାଇଛି। ଜିଲ୍ଲାପାଳ ଦତାତ୍ରେୟ ଭାଉସାହେବ ସିନ୍ଧେ, ଉପଜିଲ୍ଲାପାଳ ପ୍ରବେଶନରେ ଥିବା କିରଣଦୀପ କୌର , ଆରକ୍ଷୀ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ପିଡ଼ି ଡିଆରଡିଏ ରବୀନ୍ଦ୍ର ସାହୁ, ସିଡିଏମଓ ଦୁଲ୍ଲଲସେନ ଜଗଦେବଙ୍କ ସହିତ ଜିଲ୍ଲାର ସମସ୍ତ ବିଭାଗର ମୁଖ୍ୟ ଅଧିକାରୀମାନେ ଉପସ୍ଥିତ ରହି ଲୋକମାନଙ୍କ ସମସ୍ୟାର ସମାଧାନ କରିଥିଲେ। ବହୁ ସମସ୍ୟାର ସମାଧାନ ହୋଇ ନ ପାରିବାରୁ ଜିଲ୍ଲାପାଳ ବିଭାଗୀୟ ମୁଖ୍ୟ ଅଧିକାରୀଙ୍କ ପାଖକୁ ଆବେଦନ ପାତ୍ର ପଠାଇଦେଇ ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମଧୁପୁରା ପଞ୍ଚାୟତର ଚୌଧୁରୀକୁଦ ଓ ଚରବସ୍ତ କାଳରୁଇ ଗ୍ରାମ ବନ୍ୟା ବାତ୍ୟ ସମୟରେ ସମ୍ପୂର୍ଣ ଭାବରେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡେ। ବାଲିଆପାଳ ଠାରୁ ବହୁ ଗହିର ଅଞ୍ଚଳରେ ଗ୍ରାମ ଦ୍ବୟ ହୋଇଥିବାରୁ ବହୁ ସମୟରେ ଲୋକଙ୍କ ଘରେ ବନ୍ୟା ଜଳ ପଶିଯାଏ। ତେଣୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖି ହେଉଥିବାରୁ ସେଠାରେ ଏକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ପାଇଁ ଚୌଧୁରୀ କୁଦ ଗ୍ରାମର ବାବାଜୀ ସାହୁ ଏକ ଆବେଦନ ପତ୍ର ଦାଖଲ କରି ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ। ଜିଲ୍ଲାପାଳ ବାଲିଆପାଳ ବ୍ଲକ ବିଡିଓ ଦାୟିତ୍ୱରେ ଥିବା ତହସିଲଦାରଙ୍କୁ ଯେଉଁ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବର ଆବଶ୍ୟକତା ଥିବ ସେ ବିଷୟରେ ଲିଖିତ ଆବେଦନ କରିବାପାଇଁ କହିଥିଲେ।୬୦ ବର୍ଷର ଲୋକ ଜବ କାର୍ଡରେ କାର୍ଯ୍ୟ କରିପାରିବେ,ଏବଂ ବିଭିନ୍ନ ପଞ୍ଚାୟତରେ ଏମଜିଏନଆରଇଜିଏସରେ କାମ ନହୋଇ ବିଲ ଉଠା ଯାଉଥିବା ନେଇ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ମାନେ ପ୍ରଶ୍ନ ଉଠାଇଥିଲେ। ଏ ବିଷୟରେ ଲିଖିତ ଅଭିଯୋଗ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ଅଭିଯୋଗ ଶୁଣାଣିରେ ବ୍ଳକର ସହକାରୀ ଯନ୍ତ୍ରୀ ଭାଗିରଥି ବେହେରା, ଯୋଗାଣ ଅଧିକାରୀ ଅମ୍ବିକା ରଥ, ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବେଣୁଧର ହୋଇ, ବିଦ୍ୟୁତ ବିଭାଗର ଏସଡିଓ ସୁଶାନ୍ତ ବାରିକ, ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ବେହେରା, ଡ୍ରେନେଜ ବିଭାଗର ସହକାରୀ ଯନ୍ତ୍ରୀ ସୁଧୀର ପରିଡ଼ା ଙ୍କ ସହିତ ବ୍ଲକର ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଉପସ୍ଥି ରହି ନିଜ ନିଜ ବିଭଗୀୟ ସମସ୍ୟା ବୁଝିଥିଲେ ।
