ରୋଟାରୀ କ୍ଲବ ବିରଜା କ୍ଷେତ୍ର ପକ୍ଷରୁ ହୃଦ ରୋଗ ସମ୍ପର୍କିତ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ
ଯାଜପୁର : ଯାଜପୁର ର ବିରଜା କଲ୍ୟାଣ ମଣ୍ଡପ ପରିସରରେ ରୋଟାରୀ କ୍ଲବ ବିରଜା କ୍ଷେତ୍ର ପକ୍ଷରୁ ହୃଦ ରୋଗ ସମ୍ପର୍କିତ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ରାଜ୍ୟର ପ୍ରତିଷ୍ଠିତ ଡାକ୍ତର ମାନେ ଯୋଗ ଦେଇ ରୋଗୀ ମାନଙ୍କ ର ବିଭିନ୍ନ ପରୀକ୍ଷା କରାଯାଇଥିଲା । ଏଥିସହିତ ମାଗଣା ରେ ଔଷଧ ଓ ଅସ୍ତ୍ରୋପଚାର ର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି
