୫ ଦଫା ଦାବିରେ ଭଞ୍ଜସେନା ପକ୍ଷରୁ ୪ ଘଣ୍ଟିଆ ହରତାଳ: ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଠପ୍
ବାରିପଦା : ମୟୂରଭଞ୍ଜ ଜିଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ୫ ଦଫା ଦାବି ନେଇ ଆଜି ମୟୂରଭଞ୍ଜ ଦେଇ ଯାଇଥିବା ଜାତୀୟ ଓ ରାଜ୍ୟ ରାଜପଥରେ ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟିଆ ହରତାଳ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ହରତାଳକୁ ଲୋକଙ୍କ ସମର୍ଥନ ମିଳୁଥିବା ଜଣାଯାଇଛି । ଏହାଫଳରେ ମୟୂରଭଞ୍ଜ ଦେଇ ଯାଇଥିବା ସବୁ ଜାତୀୟ ଓ ରାଜ୍ୟ ରାଜପଥରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଛି। ଏହାପରେ ବି ଯଦି ସରକାର ଏ ଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ବୋଲି ଚେତାବନୀ ଦିଆଯାଇଛି ।
ଜିଲାରେ ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟ, ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ, ବିଦ୍ୟୁତ ସେବା ସାଙ୍ଗକୁ ପର୍ଯ୍ୟଟନ ଓ ଗମନାଗମନର ବିକାଶ ଭଳି ବିଭିନ୍ନ ୫ ଦଫା ଦାବିରେ ଆଜି ଭଞ୍ଜସେନା ପକ୍ଷରୁ ଜିଲାର ସମସ୍ତ ରା
