ପାଣିକୋଇଲିରେ ଅଗ୍ନିକାଣ୍ଡ
କୋରେଇ : ପାଣିକୋଇଲି ଗ୍ରାମର ୱାର୍ଡ ନମ୍ବର ୩ରେ ଥିବା ବଟକୃଷ୍ଣ ମଳିକଙ୍କ ଘରେ ବୁଧବାର ବିଳମ୍ବିତ ରାତ୍ରୀରେ ଅଗ୍ନିକଣ୍ଡ ଘଟିଛି । ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଯୋଗୁ ୨ ବଖରା ଘର ପୋଡିଯାଇଛି । ପଡୋଶୀଙ୍କ ମଟରରୁ ପାଣି ଚଲାଯାଇ ନିଆଁକୁ ଆୟତ କରାଯାଇଛି । ଖବର ପାଇ ପାଣିକୋଇଲି ସରପଞ୍ଚ ପଦ୍ମାବତୀ ପଣ୍ଡା ଘଟଣାସ୍ଥଳେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ନିଜସ୍ୱ ଉଦ୍ୟମରେ କମ୍ବଳ, ଚାଉଳ, ରାସନ, ପନିପରିବା ଓ ଚଡା, ମୁଢି ଯୋଗାଇଦେଇଛନ୍ତି ।
