ଖେଡ଼ା ଥାନାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୫ରୁ ଉର୍ଦ୍ଧ୍ୱ ଗାଡ଼ି
ଅହମଦାବାଦ : ଗୁଜରାଟର ଖେଡ଼ା ଜିଲା ଅନ୍ତର୍ଗତ ଖେଡ଼ା ଟାଉନ୍ ଥାନାରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ଥାନା ପରିସରରେ ଜବତ ହୋଇଥିବା ୨୫ରୁ ଅଧିକ ଗାଡ଼ି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ବାଇକ୍, ଅଟୋରିକ୍ସା ଓ କାର ଜଳି ଯାଇଛି। ଘଟଣାସ୍ଥଳରେ ନାଦିଆଦ୍ ଦମକଳ ବାହିନୀ, ଅହମଦାବାଦ ଦମକଳ ଏବଂ ମେହମେଦ୍ୱାଦ୍ର ‘ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ’ର ଟିମ୍ ପହଞ୍ଚିବା ପୂର୍ବରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି।
Gujarat: More than 25 vehicles including bikes, autorickshaws and cars gutted in a fire on the premises of Kheda Town Police Station in Kheda district tonight pic.twitter.com/t6NSopQILk
— ANI (@ANI) November 7, 2021
ସୂଚନା ଯେ, ବାଇକ୍, ଅଟୋରିକ୍ସା ଏବଂ କାର୍ ସମେତ ଅନ୍ୟୂନ ୨୫ଟି ଗାଡ଼ି ଉକ୍ତ ଅଗ୍ନିକାଣ୍ଡରେ ପୋଡ଼ିଯାଇଛି। ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ନାଦିଆଦ୍ ଦମକଳ ବାହିନୀ, ଅହମଦାବାଦ ଦମକଳ ଏବଂ ମେହମେଦ୍ୱାଦ୍ର ‘ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ’ର ଟିମ୍ ପହଞ୍ଚିଥିଲେ। ପ୍ରାୟ ଦେଢ଼ଘଣ୍ଟା ଉଦ୍ୟମ କରିବା ପରେ ସେମାନେ ନିଆଁ ଲିଭାଇବାକୁ ସମର୍ଥ ହୋଇଥିଲେ। ନାଦିଆଦ୍ ଅଗ୍ନିଶମ ବିଭାଗର ଫାୟାର୍ ସୁପରିଣ୍ଟେଣ୍ଡେଣ୍ଟ୍ ଦୀକ୍ଷିତ ପଟେଲ୍ ସୂଚନା ଦେଇଛନ୍ତି ଯେ, ଖେଡ଼ା ଟାଉନ୍ ଥାନା ପରିସରରେ ପୁଲିସଦ୍ବାରା ଉଦ୍ଧାର ହୋଇ ରଖାଯାଇଥିବା ଯାନବାହନ ଓ ପରିସରସ୍ଥିତ ଅନ୍ୟାନ୍ୟ ସାମଗ୍ରୀରେ ନିଆଁ ଲାଗିଯାଇଥିଲା। ରାସାୟନିକ ସାମଗ୍ରୀ ଭରାଥିବା କେତେକ ଗାଡ଼ିରେ ନିଆଁ ଲାଗିଯିବାରୁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି କିନ୍ତୁ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଉକ୍ତ ଅଘଟଣରେ କେହି ମୃତାହତ ହୋଇଥିବା ରିପୋର୍ଟ ମଧ୍ୟ ଏ ପର୍ଯ୍ୟନ୍ତ ମିଳିନାହିଁ।
