ସୋରରେ ବଜ୍ରାଘାତରେ ଚାଷୀଙ୍କର ମୃତ୍ୟୁ
ସୋର : ଆଜି ଅପରାହ୍ଣରେ ସୋର ଅଞ୍ଚଳର ଜଣେ ଚାଷୀ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବା ‘ଳରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି । ସୋର ବ୍ଲକ ନଦୀଗାଁ ପଞ୍ଚାୟତ କାନପୁର ଗ୍ରାମର ଉଦ୍ଧବ ମଣ୍ଡଳ(୬୫) ନିଜ ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ସନ୍ଧିଆ ସୁଦ୍ଧା ନେ‘ରିବାରୁ ପରିବାର ଲୋକେ ଖୋଜାଖୋଜି କରବା ପରେ ବିଲରେ ତାଙ୍କର ଅଧାପୋଡ଼ା ମୃତଦେହ ଦେଖିବାକୁ ପାଇଥିଲେ । ତାଙ୍କର ମୃତ ଦେହକୁ ଉଦ୍ଧାର କରି ପରିବାର ଲୋକେ ସୋର ଡାକ୍ତର ଖାନାକୁ ବ୍ୟବଚ୍ଛେଦ ପାଇଁ ଆଣିଛନ୍ତି । ଆଜି ଅପରାହ୍ଣ ସାଡ଼େ ୩ଟା ବଜ୍ରବାତ ହୋଇଥିବା ବେଳେ ସ୍ୱର୍ଗତ ଚାଷୀ ମଣ୍ଡଳଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି ।
