ରତ୍ନାକର ଟାଉନ ହାଇସ୍କୁଲର କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଏନ୍ଏସି ଅଧିନରେ ଥିବା ବାଲିଗୋହିରୀ ସ୍ଥିତ ରତ୍ନାକର ଟାଉନ ହାଇସ୍କୁଲର ଜଣେ କର୍ମଚାରୀ ଆଦିକନ୍ଦ ପୃଷ୍ଟି ନିଜ ଚାକିରି ଜୀବନର ଅବସର ନେଇଥିବା ବେଳେ ରବିବାର ତାଙ୍କର ଏକ ଆଡ଼ମ୍ବରପୂର୍ଣ ପରିବେଶ ଭିତରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଏନଏସିର ଅଧ୍ୟକ୍ଷା ଅମ୍ବିକା ଦାସ, ଉପାଧ୍ୟକ୍ଷ ମହେନ୍ଦ୍ର ବେହେରା, ଅବସରପ୍ରାପ୍ତ ପଣ୍ଡିତ ଶିକ୍ଷକ ଦୟାଲ ଶଙ୍କର ଗ୍ରହାଚାର୍ଯ, ପ୍ରାକ୍ତନ ଛାତ୍ର ଶ୍ରୀଧର ବିନ୍ଧାଣୀ ଶିକ୍ଷକ ଦାମୋଦର ପଣ୍ଡା, ଅଚ୍ୟୁତ କୁମାର ଦାସ, ଲାଲା ମହାପାତ୍ର, ରଣଜିତ କୁମାର ଦାସ ମଞ୍ଚାସୀନ ରହି ଶ୍ରୀ ପୃଷ୍ଟିଙ୍କର ଚାକିରି ଜୀବନ ମଧ୍ୟରେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇ ନିଜ କାର୍ଯ୍ୟ ତୁଲାଇଥିବାର ଗୁଣ ଗାନ ହୋଇଥିବା ବେଳେ ତାଙ୍କର କିଛି ସାହାଯ୍ୟ ସହଯୋଗ, ମିଷ୍ଟଭାଷୀ, ପରୋପକାରୀ, ମେଳାପୀ ପାଇଁ ଉପସ୍ଥିତ କିଛି ପୁରାତନ ଛାତ୍ରୀଛାତ୍ର ଅତ୍ୟନ୍ତ ଭାବପ୍ରବଣତା ଭିତରେ କାନ୍ଦୁଥିବାର ଦେଖି ବାକୁ ମିଳିଥିଲା ।
ସୂଚନା ଯେ, ୧୯୮୫ ମସିହାରେ ଶ୍ରୀ ପୃଷ୍ଟିଙ୍କର କର୍ମମୟ ଚାକିରି ଜୀବନ ଆରମ୍ଭ ହୋଇଥିବା ବେଳେ ୨୦୨୨ରେ ଅବସର ନେଇଛନ୍ତି । ଏହି ଅବସରରେ ପ୍ରାକ୍ତନ ଛାତ୍ରୀଛାତ୍ରୀ, ଆଲୁମିନି କମିଟି ପକ୍ଷରୁ ସମ୍ବର୍ଦ୍ଧନା ସହ ଆଗାମୀ ଜୀବନ ସୁଖଶାନ୍ତିରେ ବିତାନୁ ବୋଳି ଭଗବାନଙ୍କ ନିକଟରେ କାମନା କରାଯାଇଥିଲା ।
