ନାଇଟ୍କ୍ଲବ୍ରେ ଭୟଙ୍କର ଅଗ୍ନିକାଣ୍ଡ; ୧୩ ମୃତ, ୩୫ ଆହତ
ବ୍ୟାଙ୍ଗ୍କକ୍ : ଥାଇଲାଣ୍ଡ୍ର ରାଜଧାନୀ ବ୍ୟାଙ୍ଗ୍କକ୍ର ଦକ୍ଷିଣପୂର୍ବ ପ୍ରାନ୍ତସ୍ଥିତ ଚନ୍ବୁରି ପ୍ରଦେଶ ଅନ୍ତର୍ଗତ ଗୋଟାଏ ନାଇଟ୍କ୍ଲବ୍ରେ ଗୁରୁବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ୧୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ଜଣ ଆହତ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୪ଜଣ ମହିଳା ଏବଂ ୯ଜଣ ପୁରୁଷ। ଭୀଷଣ ପୋଡ଼ିଯାଇଥିବା ସେମାନଙ୍କ ଶବ କ୍ଲବ୍ର ପ୍ରବେଶ ପଥ ଓ ସ୍ନାନାଗାରରୁ ଉଦ୍ଧାର କରାଯାଇଛି।
ଏନେଇ ପୁଲିସ କର୍ଣ୍ଣେଲ୍ ଉତ୍ତିପୋଙ୍ଗ୍ ସୋମ୍ଜାଇ ଟେଲିଫୋନ୍ ଯୋଗେ କହିଛନ୍ତି ଯେ, ରାତି ପ୍ରାୟ ୧ଟା ବେଳେ ସତ୍ତାହିପ୍ ଜିଲ୍ଲାରେ ଥିବା ଏକମହଲାବିଶିଷ୍ଟ ‘ମାଉଣ୍ଟେନ୍ ବିଇ’ ନାଇଟ୍କ୍ଲବ୍ରେ ନିଆଁ ଲାଗିଥିଲା। ନିଆଁ ଲାଗିଲା ବେଳେ କ୍ଲବ୍ରେ ‘ଲାଇଭ୍ ମ୍ୟୁଜିକ୍’ ଚାଲିଥିଲା। ଏବେସୁଦ୍ଧା ଜଣାପଡ଼ିଥିବା ମୃତାହତମାନେ ହେଉଛନ୍ତି ଥାଇଲାଣ୍ଡ୍ର ନାଗରିକ। ଅଗ୍ନିକାଣ୍ଡରେ ପୋଡ଼ି ହୋଇ କେତେକ ସାମାନ୍ୟ ଆହତ ହୋଇଥିବା ବେଳେ ଆଉ କେତେକ ସାଙ୍ଘାତିକ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ନିର୍ଦ୍ଧାରଣ କରିବା ଲାଗି ତଦନ୍ତ ଆରମ୍ଭ ହୋଇଥିବା କଥା ସେ କହିଛନ୍ତି।
