ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
ନୀଳଗିର : ୭୫ବର୍ଷରୁ ଉର୍ଦ୍ଧ୍ୱ ଧରି ଭାରତୀୟ ସମ୍ବିଧାନରେ ଧର୍ମାନ୍ତରୀତ ଜନଜାତିମାନଙ୍କୁ ଅହେତୁକ ଅନୁକମ୍ପା ଏବଂ ସରକାରୀ ସୁବିଧାର ପୁର୍ନବିଚାର ପାଇଁ କରାଯାଇଥିବା ଆବେଦନକୁ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରା ନ ଯିବା ଯୋଗୁଁ ଆଜି ପୁଣି ଜନଜାତି ସୁରା ମଞ୍ଚ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ଶାଖା ତରଫରୁ ନୀଳଗିରି ଠାରେ ନୀଳଗିରି ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଶାଖା ଆବାହକ ସୁକୁମାର ନାୟକ ନେତୃତ୍ୱରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଜନାତି ସଂପ୍ରଦାୟର ଲୋକେ ଏକତ୍ରିତ ହୋଇ ନୀଳଗିରି ଉପଜିଲ୍ଲାପାଳଙ୍କୁ ଏହି ସ୍ମାରକ ପତ୍ର ଦିଆଯାଇଥିବା ଜଣାପଡ଼ିଛି । ୧୯୭୦ ମସିହାରେ ତତ୍କାଳୀନ ଲୋକସଭା ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀ ୰କାର୍ତିକ ଓରାମଙ୍କ ନେତୃତ୍ୱରେ ପ୍ରାୟ ୨୩୫ଜଣ ଲୋକସଭା ସଦସ୍ୟଙ୍କ ଦସ୍ତଖତ ଥିବା ପ୍ରସ୍ତାବକୁ ଲୋକସଭା ପଟଳରେ ରଖାଯାଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରୁ ନାହିଁ । ଫଳରେ ଅଯାଚିତ ଭାବରେ ଧର୍ମାନ୍ତୀକରଣ ହୋଇ ଅନୁସୂଚିତ ଜନଜାତି ହିସାବରେ ସଂରକ୍ଷଣ ସୁବିଧାର ଫାଇଦା ନେଉଥିବାକୁ ଏହାକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନୀଳଗିରରି ଠାରେ ବହୁ ଜନଜାତି ସଂପ୍ରଦାୟର ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ଏହି ଆଇନର ସଂଶୋଧନ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ର୍କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ଶକ୍ତିଦୟାଲ କିସ୍କୁ, ଭଦ୍ରକ ଜିଲ୍ଲା ସଂଯୋଜକ ରବିନ୍ଦ୍ର ସିଂ, ପିତାମ୍ବର ସିଂ, ମଙ୍ଗଲ ସିଂ, ପ୍ରଶାନ୍ତ ସିଂ, ପ୍ରମୁଖ ମଂଚାସୀନ ରହି ମତବ୍ୟକ୍ତ କରିଥଲେ । ଅନ୍ୟମାନଙ୍କ ମଧ୍ୟରେ ଜନଜାତି ନେତା ଗିରିଧାରୀ ପ୍ରଧାନ, ନିରଂଜନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
