ଗୁଡ଼ି ସୂତା ଲାଗି ୭ ବର୍ଷର ଶିଶୁର କଟିଲା ବେକ, ଅବସ୍ଥା ସଙ୍କଟାପନ୍ନ
ବାଲେଶ୍ୱର : ଗୁଡ଼ି ସୂତା ଲାଗି ୭ ବର୍ଷର ଶିଶୁ ଗୁରୁତର । ଗୁରୁତର ଶିଶୁକୁ ପ୍ରଥମେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର । ବୁଧବାର ଅପରାହ୍ନ ୩ଟା ୩୦ ମିନିଟ୍ ସମୟରେ ବେଳେ ଘଟିଛି ଘଟଣା । ଶିଶୁ ଜଣକ ନିଜ ବାପା ଶଶିକାନ୍ତ ମହାଲ ସହ ପିଉସା ଘର ମଲ୍ଲିସସାରୁ ନିଜ ଗାଁ ଦୁମୁଦା ଫେରୁଥିବା ବେଳେ ବାଇକ ଆଗରେ ବସିଥିବା ଯୋଗୁଁ ଗୁଡ଼ି ସୂତା ଲାଗି ବେକ କଟି ଯାଇଥିଲା । ଫଳରେ ଶିଶୁଟି ଗୁରୁତର ହୋଇଯାଇଥିଲା । ପ୍ରଥମେ ଶିଶୁକୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର କଟକ ସ୍ଥାନାନ୍ତର କରିଥିଲେ ।
