ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲ ସମ୍ପାଦକ
କେନ୍ଦ୍ରାପଡ଼ା : ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ସମ୍ପାଦକ ସେକ ଅବଦୁଲ୍ଲା ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସାବ୍ୟସଚି ନାୟକଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଭେଟି ନବବର୍ଷର ଅଭିନନ୍ଦନ ଜଣାଇବା ସହିତ ଡେରାବିଶ ବ୍ଲକର ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିନବନ୍ଧୁ ନାୟକ, କିର୍ତ୍ତୀରଞ୍ଜନ ବେହୁରା, ବିଶ୍ୱଜିତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
