ମହେଶ ସିହ୍ନା ଇଣ୍ଟର ସ୍କୁଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ବିଦ୍ୟାବିହାର ଟିମ ଚମ୍ପିୟନ
ବାରିପଦା : ସ୍ଥାନୀୟ ବାରିପଦା ମଧୁବନ ମିନି ଷ୍ଟାଡିୟମ ଠାରେ ମୟୂରଭଂଜ କ୍ରିକେଟ ଏକାଡେମୀ ଦ୍ୱାରା ଆୟୋଜିତ ୯ବମ ମହେଶ ସିହ୍ନା ଇଂଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଟୁର୍ଣ୍ଣାମେଂଟର ଅଧ୍ୟକ୍ଷ ସମାଜସେବୀ ଗିରିଶ ଚନ୍ଦ୍ର ଦାସ, ଭଂଜସେନାର ଅଧ୍ୟକ୍ଷ କଳିଙ୍ଗ କେଶରୀ ଜେନା, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ସୁରେଶ ପାତ୍ର, ବାରିପଦା ଉପନଗରପାଳ ସୀମା ଦାସ, ଖେଳାଳୀ ସୁଜନ ମହାନ୍ତି, ବଡିବିଲ୍ଡର ମହମ୍ମଦ କରିମ୍, ମୟୂରଭଂଜ ପାୱାର ଲିପ୍ଟିଙ୍ଗ୍ ଏସୋସିଏସନର ଜିଲ୍ଲା ସଂପାଦକ ଜିତେନ୍ଦ୍ର ବେହେରା, ଖେଳାଳୀ ସେକ ଲାଇକୁଦ୍ଦିନ, ଟୁର୍ଣ୍ଣାମେଂଟର ସଭାପତି କଲ୍ୟାଣ ସିହ୍ନା, ଉପସଭାପତି ଚିନ୍ମୟ ସିହ୍ନା, ଯୁଗ୍ମ ସମ୍ପାଦକ ପୁଲିନ ସିହ୍ନା, ଶିକ୍ଷକ ତପନ କୁମାର ବାରିକ, ବୋଡିବିଲ୍ଡର ସୁଶାନ୍ତ କୁମାର କରଣ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ମ୍ୟାଚରେ ବିଦ୍ୟାବିହାର ହାଇସ୍କୁଲ ଓ ସେଂଟମ୍ୟାରୀ ହାଇସ୍କୁଲ ମଧ୍ୟରେ ୧୦ ଓଭର ଖେଳ ହୋଇଥିବା ବେଳେ, ପ୍ରଥମ ଟସ ଜିତି ବିଦ୍ୟାବିହାର ଟିମ ବ୍ୟାଟିଂ କରି ୧୧୪ ରନ ସଂଗ୍ରହ କରିଥିବା ବେଳେ, ସେଂଟମ୍ୟାରୀ ସ୍କୁଲ ୧୦ ଓଭରରେ ସର୍ବମୋଟ ୮୮ ରନ କରି ପରାଜିତ ହୋଇଥିଲେ । ମ୍ୟାନ ଅଫଦା ଟୁର୍ଣ୍ଣାମେଂଟ ସୁରଜ ଏସ. ମାହାନା, ବେଷ୍ଟ ବ୍ୟାଟ୍ସ ମ୍ୟାନ ବୈଷ୍ଣବ ବିନାୟକ ଦାସ ଓ ସୁରେଇ ହେମ୍ବ୍ରମ, ବେଷ୍ଟ ପେସ ବୋଲର ଆରମାନ ଆଲମ, ବେଷ୍ଟ ୱିକେଟ କିପର ସାଇ ସୁମନ ବାରିକ, ବେଷ୍ଟ ଅଲରାଉଣ୍ଡର ନିଲ ମହାନ୍ତି, ବେଷ୍ଟ ଅର୍ଗାନାଇଜର ମାହିର ଦାସ, ବେଷ୍ଟ ଫିଲ୍ଡର ସୌରିୟ ଖଣ୍ଡେଲୱାଲ ହୋଇଥିବା ବେଳେ, ଲୋକନାଥ ପୃଷ୍ଟି ବେଷ୍ଟ ସିନର ଓ ମ୍ୟାନ ଓଫ ଦି ମ୍ୟାଚ ଟ୍ରଫି ହାସଲ କରିଥିଲେ । ଫାଇନାଲ ମ୍ୟାଚକୁ ଏମ୍ପାୟାର ମହିମ ମଲ୍ଲିକ ଓ ପ୍ରିୟାଂଶୁ ଖଟୁଆ ପରିଚାଳନା କରିଥିବା ବେଳେ ସ୍କରର ଭାବେ ସଂଜୟ ସିଂ ଓ ଗୌତମ ଦାସ ଧାରା ବିବରଣୀ ପ୍ରଦାନ କରିଥିଲେ । ଶେଷରେ ସଂପାଦକ ଲୋହିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
