ବରିଷ୍ଠ ନାଗରିକ ସଂଘର ମାସିକ ବୈଠକ ଅନୁଷ୍ଠିତ
ଯାଜପୁର : ଯାଜପୁରର ପୌରାଞ୍ଚଳର ବରିଷ୍ଠ ନାଗରିକ ସଂଘର ମାସିକ ବୈଠକ ସଂଘର କାର୍ଯ୍ୟାଳୟରେ ଶ୍ରୀ ନୃସିଂହ ଚରଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ସଂଘର କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ସଂଘର ସଂପାଦକ ପ୍ରବୋଧ କୁମାର ନାୟକ ୨୦୨୨ ବର୍ଷରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଗୁଡିକ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ଆସନ୍ତା ୨୦୨୩ ବର୍ଷର ପ୍ରସ୍ତୁତି ଖସଡ଼ା ଅନୁମୋଦନ କରାଇଥିଲେ । ବାର୍ଷିକ ସାଧାରଣ ବୈଠକ ଆସନ୍ତା ତା ୧୫.୦୧.୨୦୨୩ ରିଖ ରବିବାର ଦିନ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ କରାଯିବାକୁ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଗଲା । ଉକ୍ତ ବୈଠକରେ ଦ୍ୱିତୀୟ ଅଧିବେସନରେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯିବାକୁ ସ୍ତିର କରାଗଲା । ଉକ୍ତ ବୈଠକରେ ଧନଞ୍ଜୟ ରାଉତରାୟ ଉଦୟ ନାରାୟଣ ପରିଡ଼ା, ଅକ୍ଷୟ କୁମାର ଦାସ, ମଧୁସୂଦନ ମହାନ୍ତି, ବୃନ୍ଦାବନ ମିଶ୍ର, ପ୍ରଶାନ୍ତ କୁମାର ନାୟକ, ଶିଶିର କୁମାର ମହାପାତ୍ର, ଗୋପୀନାଥ ସେଠୀ, ଅଧିକାରୀ ନବକିଶୋର ଦାସ, ଗୟାଧର ଦାସ, କୁଳମଣୀ ରାଉତ, ସୁନିଲକାନ୍ତ ମହାନ୍ତି, ଦେବେନ୍ଦ୍ର ସାହୁ, ବୃନ୍ଦାବନ ସ୍ୱାଇଁ ଯୋଗଦେଇ ଆଲୋଚନାର ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ସର୍ବଶେଷରେ ସଭାପତି ସମସ୍ତ ସଭ୍ୟ/ସଭ୍ୟା ମାନଙ୍କୁ ବହୁ ସଂଖ୍ୟାରେ ସାଧାରଣ ବୈଠକରେ ଯୋଗଦାନ କରିବାକୁ ଅନୁରୋଧ କରିଥିଲେ ।
