ଦୁଇ ଚୋରା କୋଇଲା ଟ୍ରକ ଜବତ, ୩ ଅଦାଲତ ଚାଲାଣ
କୋରାଇ : ପାଣିକୋଇଲି ପୁଲିସ ଦୁଇ ଚୋରା କୋଇଲା ଗାଡିକୁ ଜବତ କରିବା ସହ ଏହି ମାମଲାରେ ଆଜି ୩ ଜଣଙ୍କୁ ଅଦାଲତ ଚାଲାଣ କରିଛି । ପ୍ରକାଶ ଯେ ଦୁଇଟି ଚୋରା ୧୨ ଚକିଆ ଟ୍ରକ ଚୋରା କୋଇଲା ନେଇ ଯାଉଥିବା ସମୟରେ ପାଣିକୋଇଲି ପୁଲିସ ତାକୁ ଜବତ କରିବାରେ ସକ୍ଷମ ହୋଇଛି । ବିଶେସେୂତ୍ରରୁ ଖବର ପାଇ ଶୁକ୍ରବାର ପୁଲିସ ରାଜପଥରେ ପୋଟ୍ରୋଲିଙ୍ଗ କରୁଥିବା ସମୟରେ କୁଆଖିଆ ପଟୁ ଭଦ୍ରକ ଅଭିମୁଖେ ଯାଉଥବା ୨ କୋଇଲା ବୋଝେଇଟ୍ରକ ( ଡବ୍ଲୁବି ୧୧ସି ୬୧୭୫ ଓଡବ୍ଲୁବି ୧୧ଡି ୨୪୨୫)କୁ ଅଟକାଇ ଯାଂଚ କରିଥିଲା । ଯାଂଚ ସମୟରେ କୋଇଲାର କୌଣସି କାଗଜାଦି ଦେଖାଇବାରେ ଚାଳକ ଦ୍ୱୟ ବିଫଳ ହୋଇଥିଲେ । ଫଳରେ ପୁଲିସ ଗାଡି ଦୁଇଟିକୁ ଆଣି ଥାନାରେ ତଦନ୍ତ କରିଥିଲା । ଏହି ଦୁଇଟି ଚୋରା କୋଇଲା ଚାଲାଣ ହୋଇଥିବା ଜାଣିବା ପରେ ଏକ ମାମଲା ୩୩୮/୨୨ ରୁଜ୍ଜୁ କରିଥିଲା । ଆଜି ଦୁଇ ଚାଳକ ବିହାର ରାଜ୍ୟ ନାଳନ୍ଦା ରାଜବୀର ଥାନା ଅନ୍ତର୍ଗତ ଚମନଡିହ ଗ୍ରାମର ଧୁରି ଯାଦବଙ୍କ ପୁଅ ରଣଜିତ ଯାଦବ(୩୦) ଓ ଉତରପ୍ରଦେଶ ରାଜ୍ୟ ଭାଉରପୁର ଥାନା ଅର୍ନ୍ତଗତ ପରସଦା ଗ୍ରାମର ବାସୁଦେବ ଯାଦବଙ୍କ ପୁଅ ନନ୍ଦଲାଲ ଯାଦବ(୪୬) ସମେତ ଯାଜପୁର ସଦର ଥାନା ଅର୍ନ୍ତଗତ ମହେଶ୍ୱରପୁର ଗ୍ରାମର ବନମାଳୀ ସାହୁଙ୍କ ପୁଅ ନାରାୟଣ ସାହୁ(୫୨)କୁ ଗିରଫ କରି ଦଫା ୩୭୯, ୧୨୦(ବି), ୪୧୧, ୩୪ଆଇପିସି ୨୧ ଏମଏମଡିଆର ଆକ୍ଟ ଓ ସେକସନ୧୨ ଓଡିଶା ମିନେରାଲ ଆକ୍ଟରେ ଅଦାଲତ ଚାଲାଣ କରାଯାଇଛି ।
