ଅଟୋ ଓଲଟି ଜଣେ ମୃତ, ଜଣେ ଗୁରୁତର
ବୋରିଗୁମ୍ମା : ବୋରିଗୁମ୍ମା ଥାନା ଅନ୍ତର୍ଗତ ହରଦଳି ନିକଟରେ ଅଟୋ ଓଲଟି ଜଣେ ବ୍ୟକ୍ତି ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାଯାଇଛି।ପୋଲିସ ସୂତ୍ରରୁ ପ୍ରକାଶ ଯେ ଗୋଟିଏ ଅଟୋ ଓଡ଼ି ୧୦ ଆର -୬୨୭୯ ପାତ୍ରପୁଟ ଗ୍ରାମରୁ ଗୋଟିଏ ପରିବାର ର ପାଞ୍ଚ ଜଣଙ୍କୁ ନେଇ ବୋରିଗୁମ୍ମା ଫେରୁଥିବା ସମୟରେ ଭାରସାମ୍ୟ ହରାଇ ହରଦଳି ନିକଟରେ ଓଲଟି ପଡିଥିଲା।ଫଳରେ ଅଟୋ ରେ ବସିଥିବା ୬୪ ବର୍ଷୀୟ ଜୟଦାନ ବାଗ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମାଆ ଗୁରୁତର ହୋଇ ମେଡ଼ିକାଲ ରେ ଚିକିତ୍ସା ହେଉଥିବା ପୋଲିସ ସୂଚନା ଦେଇଛନ୍ତି।ଅଟୋ ରେ ବସିଥିବା ମୃତ ବ୍ୟକ୍ତିଙ୍କ ଜ୍ୱାଇଁ, ଝିଅ ଓ ଭଉଣୀ ସୁରକ୍ଷିତ ଥିବା ତଦନ୍ତକାରୀ ପୋଲିସ ଏଏସଆଇ ପଦ୍ମଚରଣ ନାୟକ ସୂଚନା ଦେଇଛନ୍ତି।ଆଜି ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ଏନେଇ ଥାନାରେ ଏକ ଦୁର୍ଘଟଣା ଜନୀତ ମାମଲା ରୁଜ୍ଜୁ କରାଯାଇଛି ବୋଲି ଥାନା ଅତିରିକ୍ତ ଆଇଆଇସି ଡମୁ ପରଜା ସୂଚନା ଦେଇଛନ୍ତି।ମୃତ ବ୍ୟକ୍ତିଙ୍କ ପରିବାର ଲୋକ ନିଜ ଘର ମାଲକାନଗିରି ଜିଲ୍ଲାରେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।
