ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ସହରର ରେଲ ଫାଟକ ନିକଟ ରେ ଚଳନ୍ତା ଟ୍ରେନରୁ ଖସି ଜଣେ ଗୁରୁତର ହୋଇ ବଲାଙ୍ଗୀର ମେଡ଼ିକାଲ ରେ ଭର୍ତି
ବଲାଙ୍ଗିର : ଗତ କାଲି ରାତ୍ରି ରେ କଣ୍ଟାବାଞ୍ଜି ସହର ରେଲ ଫାଟକ ନିକଟରେ ଚଳନ୍ତି ଟ୍ରେନ ରୁ ଖସି ପଡ଼ିଲେ ଜଣେ ବ୍ୟକ୍ତି । ସୂଚନଯୋଗ୍ୟ ଜେ ଉକ୍ତ ବ୍ୟକ୍ତି ଜଣକ ଉତରପ୍ରଦେଶ ର ରାମ କୁମାର୍ ବୟସ ୪୫ ବୋଲି ଜଣା ପଡିଛି । କଂଟାବାଞ୍ଜି ର ସଚେତନ ଯୁବକ ମାନେ ରାମକୁମାର ଙ୍କୁ ଉଦ୍ଧାର କରି ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ଫ୍ରୀ ଆମ୍ବୁଲାନ୍ସ ରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ୍ କୁ ଆଣି ସର୍ଜରୀ ୱାର୍ଡ ରେ ଭର୍ତି କରି ଛନ୍ତି । ତାଙ୍କର ଚିକିତ୍ସା ଚାଲିଥିଲା ବେଳେ ଏଯାଏ ରାମ କୁମାର୍ ଙ୍କ ହୋସ ଆସିନଥିବା ସୂଚନା ରହିଛି ।
