ଦେଶି ମଦ ଚାଲାଣ ବେଳେ ଚଢଉ, ୨ ଗିରଫ
ଜୟପୁର : ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ଚଢଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ କୁନ୍ଦୁରା ଥାନା ଅନ୍ତର୍ଗତ ଲିମା ଗ୍ରାମର ଭକ୍ତ ଚୌଧୁରୀ (୨୩) ଓ ଉପେନ୍ଦ୍ର ଚୈଧୁରୀ (୨୬) । ଅବକାରୀ ବିଭାଗର ସୂଚନା ଅନୁଯାୟୀ, କୁନ୍ଦୁରା ଥାନା ଅନ୍ତର୍ଗତ ଲିମା ଗ୍ରାମର ଭକ୍ତ ଚୌଧୁରୀ ଓ ଉପେନ୍ଦ୍ର ଚୈଧୁରୀ ବାଇକରେ ଦେଶି ମଦ ଧରି ଚାଲାଣ କରୁଥିବା ବେଳେ ଚଢଉ କରିଛି ଅବକାରି ବିଭାଗ । ଅବକାରି ବିଭାଗ ସୂଚନା ପାଇ ଜୟପୁର ସଦର ଥାନା ଅନ୍ତର୍ଗତ ମାଳି ଦଳେଇପୁଟ ଛକରେ ଚଢଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୫୦ ଲିଟର ଦେଶି ମଦ ଓ ବାଇକ ଜବତ କରିଥିବା ଅବକାରି ବିଭାଗ ସୂଚନା ଦେଇଛି ।
