ବେଆଇନ ଲଟେରୀ ବନ୍ଦ କରିବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ଦାବି ପତ୍ର
କୋରେଇ : କୁଆଖିଆ ବଜାର ଠାରେ ବହୁ ଦଶନ୍ଧି ଧରି ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ ହୋଇ ଆସୁଛି । ଉକ୍ତ ପୂଜା ସମୟରେ ମହୋତ୍ସବ କମିଟି ଲକ୍ଷ୍ମୀନାରାୟଣ ମନ୍ଦିର ନାମରେ ବେଆଇନ ଲଟେରୀ ଟିକେଟ ବିକ୍ରି କରି ନିଜର ସ୍ୱାର୍ଥରେ ଲଗାଉଛନ୍ତି । ମହୋତ୍ସବକୁ ଆସୁଥିବା ନିରୀହ ଗରିବ ଜନସାଧାରଣଙ୍କ ଅର୍ଥକୁ ଶୋଷଣ କରି ଲକ୍ଷାଧିକ ଟଙ୍କା ହଡପ କରୁଛନ୍ତି । ଦୁଃଖଦ ବିଷୟ କୁଆଖିଆ ଠାରେ ଆଜି ପର୍ଯ୍ୟନ୍ତ ଲକ୍ଷ୍ମୀନାରାୟଣ ମନ୍ଦିର ନିମନ୍ତେ କୌଣସି ଅଗ୍ରଗତି ଦେଖିବାକୁ ମିଳୁନଥିବା ବେଳେ ୨୦୧୭ ଓ ୨୦୧୮ମସିହାରେ ଆଇନଗତ ଭାବେ ଜିଲ୍ଲା ପ୍ରଶାସନ ଏହାକୁ ବନ୍ଦ କରିଥିଲେ । ପୁର୍ନବାର ଚଳିତ ବର୍ଷ ସେହି ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ସ୍ଥାନୀୟ ପ୍ରଶାସନକୁ ହାତବାରିସ କରି ବେଆଇନ ଲଟେରୀ ଟିକେଟ ବିକ୍ରି କରୁଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ବେଆଇନ ଲଟେରୀ ବନ୍ଦ କରିବା ସହ ଦୃଢ ଆଇଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ କୁଆଖିଆ ଜନସାଧାଣଣଙ୍କ ପକ୍ଷରୁ ଆରକ୍ôଷ ଅଧିକ୍ଷକଙ୍କ ନିକଟରେ ଦାବି କରାଯାଇଛି । ଏଥି ସହିତ ଜିଲ୍ଲାପାଳ, ରସୁଲପୁର ତହସିଲଦାର, କୁଆଖିଆ ଥାନାଧିକାରୀ, ରସୁଲପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ମଧ୍ୟ ଦାବି ପତ୍ର ଦିଆଯାଇଚି । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୟାଧର ମଲିକ, ରବି ମଳିକ, ଶଶିକାନ୍ତ ମଲ୍ଲିକ, ମାଗୁଣୀ ଜେନା,ଖିରୋଦ ମଲିକ, ଦୁଷ୍ମନ୍ତ ଜେନା ପ୍ରମୁଖ ଦାବି ପତ୍ର ପ୍ରଦାନ କରିଛନ୍ତି ।
