ସୁଧୁରୁନି ମଣ୍ଡି ଅବ୍ୟବସ୍ଥା, ଚାଷୀ ହତାଶ
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡରେ ଚଳିତ ଖରିଫ ଋତୁରେ ଚାଷୀଙ୍କ ଧାନ କ୍ରୟ ନେଇ ଅନେକ ଅବ୍ୟବସ୍ଥା ସାମ୍ନାକୁ ଆସିଛି । ଚାଷୀଙ୍କ ଧାନର ମାନକୁ ନିକୃଷ୍ଟ ଦର୍ଶାଇ କଟନି ଛଟନି ପୂର୍ବ ପରମ୍ପରା ଭଳି ଅତୁଟ ରହିଛି । ସରକାରୀସ୍ତରରେ ଧାର୍ଯ୍ୟ ‘ଏ’ଗ୍ରେଡ ମାନ ନିରୂପଣ ପାଇଁ ଗୋଡି, ଧୁଳିି, ବେରଙ୍ଗୀ, ପାଣିଫୁଲା, ମୋଟା ଧାନ ଓ ଆର୍ଦ୍ରତା ଆଦି ନେଇ ୧୭ ପ୍ରତିଶତ ରିହାତି ରହିଥିବାବେଳେ ଏହାକୁ ୧୦ ପ୍ରତିଶତକୁ କମାଇ ଦିଆଯାଇ କଟନି ହେଉଥିବା ନେଇ ଆଜି ମଣ୍ଡି ତଦାରଖ କରିବାକୁ ଯାଇଥିବା ବିଜେପୁର ସରପଞ୍ଚଞ୍ଚହୃଷିକେଶ ବାଗ ଅଭିଯୋଗ କରିଛନ୍ତି । ବିଜେପୁର ପେକ୍ସ ସମ୍ପାଦକଙ୍କୁ ୨ଦିନ ତଳେ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବାବେଳେ ସେହି ଧାରାରେ ହିଁ କଟନି ହେଉଥିବା ଅଭିଯୋଗ ହୋଇଛି । ବିଜେପୁର ସମ୍ପାଦକ ନିଲମ୍ବିତ ପରେ ବାନ୍ଧୁପଲା ସମ୍ପାଦକଙ୍କୁ ଏହାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଜି ଚାଷୀ ପିତାମ୍ବର ମାଝୀଙ୍କ ୮୬ କ୍ୱିଣ୍ଟାଲ ଧାନ ମଣ୍ଡିରେ କ୍ରୟ କରାଯାଇଥିବାବେଳେ ୫ କ୍ୱିଣ୍ଟାଲ ଯାହାର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା କଟାଯାଇଥିବା ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ଏଭଳି ବେଆଇନ କଟନି ଛଟନି ଚାଲିଥିବାବେଳେ ଆରଏମସି ପକ୍ଷରୁ ଧାନର ମାନ ସଠିକ ନିରୂପଣ ନେଇ କୌଣସି ବିଶେଷଜ୍ଞ ନିଯୁକ୍ତ କରାଯାଉ ନଥିବା ଆଶ୍ଚର୍ଯ୍ୟ କରିଛି । ପେକ୍ସର ପିଅନ ଓ ରାତ୍ର ଜଗୁଆଳି ଧାନର ମାନ ନିରୂପଣ କରୁଥିବା ନେଇ ମଧ୍ୟ ସରପଞ୍ଚ ଶ୍ରୀ ବାଗ ଅଭିଯୋଗ କରିଛନ୍ତି ।
ସେହିପରି ଟିଟିଲାଗଡ଼ ବ୍ଲକର ଭାତହାଣ୍ଡି କୁହାଯାଉଥିବା ବିଜେପୁର ମଣ୍ଡିରୁ ଧାନ ଉଠାଇବା ପାଇଁ ପୂର୍ବରୁ ୭ଜଣ ମିଲର୍ସ ନିୟୋଜିତ ହୋଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ପରେ ମାତ୍ର ୩ଜଣ ମିଲର୍ସଙ୍କୁ ନିୟୋଜିତ କରାଯାଇଛି । ଏନେଇ ମଣ୍ଡି ଗସ୍ତରେ ଯାଇଥିବା ବିଜେପି ଜିଲ୍ଲା ସଭାପତି ଶିବାଜି ମହାନ୍ତି ଓ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀଙ୍କୁ ଅବଗତ କରିବାରୁ ସେ ରାଗି ଯାଇଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ଆସନ୍ତାକାଲି ଏନେଇ ବିଜେପି ପକ୍ଷରୁ ବଲାଙ୍ଗିରରେ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଘୋଷଣା କରାଯାଇଛି । ଅନ୍ୟପଟେ ମଣ୍ଡି ଗୋଦାମ ସହ ବାହାରେ ଖୋଳାରେ ଧାନ ଜମା ହୋଇ ରହୁଛି । ଗ୍ରାମର ୨ଜଣ ଚାଷୀ ସେମାନଙ୍କ ୬୦ ବସ୍ତା ଧାନ ଆଣି ମଣ୍ଡି ଗୋଦାମରେ ରଖିଥିବବେଳେ ତାକୁ ପ୍ରଶାସନ ଜବତ କରିବା ନେଇ ସେମାନଙ୍କ ପ୍ରାୟ ୬୦ ହଜାର ଟଙ୍କା କ୍ଷତି ହୋଇଥିବା ନେଇ ଚାଷୀଦ୍ୱୟ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଖୋଲାନ ମଣ୍ଡିରେ ଟାର୍ଗେଟ ସରିଯାଇଥିବାରୁ ଚାଷୀଙ୍କ ଧାନ କ୍ରୟ ବନ୍ଦ ରହିଛି ତେଣୁ ଜିଲାପାଳ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପେକ୍ସ ସଭାପତି ନରେଶ ଅଗ୍ରୱାଲ ଦାବି କରିଛନ୍ତି ।
