ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା, ଯୁବକ ଗିରଫ
ଜୟପୁର : ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା ଅଭିଯୋଗରେ ଜୟପୁର ମହିଳା ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କୁନ୍ଦୁରା ଥାନା ଅନ୍ତର୍ଗତ ଜବା ପାତ୍ରପୁଟର ବାବୁଲା ହରିଜନ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ନେଇ ମହିଳା ଥାନାଧିକାରୀ ମମତା ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ପୁଲିସର କହିବାନୁସାରେ, ଜଣେ ଯୁବତୀକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ବାବୁଲା ପ୍ରତାରଣା କରିଥିଲା । ଏନେଇ ଗ୍ରାମରେ ବୈଠକ ବସିଥିଲେ ମଧ୍ୟ କିଛି ସମାଧାନ ହୋଇ ପାରିନଥିଲା । ଶେଷରେ ବାଧ୍ୟହୋଇ ଯୁବତୀ ଜଣକ ଜୟପୁର ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗୁରୁତର ସହ ନେଇ ମହିଳା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କିରଥିଲା ।
