ଆଇପିଏସ୍ ଅଧିକାରୀଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି
ଭୁବନେଶ୍ୱର : ୧୯୯୮ ବ୍ୟାଚ୍ ର ୪ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେମାନେ ହେଲେ ଅମିତାଭ୍ ଠାକୁର , ଡ. ସୁରେଶ ଦେବଦତ ସିଂହ, ରାଜେଶ କୁମାର ଓ ରବି କାନ୍ତ । ଏମାନଙ୍କ ବ୍ୟତୀତ କେନ୍ଦ୍ରୀୟ ଡେପୁଟେସନ୍ ରେ ଥିବା ୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଆସନ୍ତା ଜାନୁଆରୀ ପହିଲା ଠାରୁ ଏହା ଲାଗୁ ହେବ । ଗୁରୁବାର ଦିନ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ।
