ଦିବଙ୍ଗତ କଂଗ୍ରେସ ନେତା ସୂର୍ଯ୍ୟକୁମାର ଘୋଷଙ୍କ ପରିବାରକୁ ଭେଟିଲେ ନବଜ୍ୟୋତି ପଟ୍ଟନାୟକ
ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଂଚାୟତର ଦିବଙ୍ଗତ ନେତା ସୂର୍ଯ୍ୟକୁମାର ଘୋଷଙ୍କ ଶୋକସନ୍ତପ୍ତ ପରିବାରକୁ ଗୁରୁବାର କଂଗ୍ରେସ ଦଳର ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ ସାକ୍ଷାତ କରି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।
ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ଘୋଷଙ୍କ ଧର୍ମପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ଭେଟି କଂଗ୍ରେସ ଦଳ ତାଙ୍କର ସମସ୍ତ ଅଭାବ ଅସୁବିଧାରେ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ବାଲେଶ୍ୱର ଜିଲା କଂଗ୍ରେସ ସଭାପତି ସଞ୍ଜିବ ଗିରି ଓ ବସ୍ତା ବ୍ଲକ କମିଟି ସଭାପତିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ ।
