ଚିନ୍ମୟ ମିଶନ ତରଫରୁ ଅନୁଷ୍ଠିତ ହେବ ଶ୍ରୀମଦ୍ ଭାଗବତ ଗୀତା ଜ୍ଞାନଯଜ୍ଞ
ବାଲେଶ୍ୱର : ବାଲେଶ୍ୱର ଅଙ୍ଗାରଗଡ଼ିଆ ସ୍ଥିତ ଚିନ୍ମୟ ମିଶନ ପକ୍ଷରୁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମିଶନର ସଭାପତି ଡ. କ୍ଷିତୀଶ୍ୱର ଦାସ ସଭାପତିତ୍ୱ କରିଥିଲେ । ଧୀରେନ୍ଦ୍ର ନାରାୟଣ ଦାସ, ଅକ୍ଷୟ କୁମାର ତ୍ରିପାଠୀ, ବିଜୟ କୁମାର ଦାସ ଅଧିକାରୀ, ଦିବାକର ମହାପାତ୍ର, ହରିଶ ଚନ୍ଦ୍ର ସାହୁ ଓ ରଶ୍ମିରଞ୍ଜନ ଶତପଥୀ ଉପସ୍ଥିତ ଥିଲେ ।
ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ସହ ସମାଜରେ ସଂସ୍କାର ଆଣିବା ପାଇଁ ଏକ ଗୀତା ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଶ୍ରୀଶ୍ରୀ ରାଧାକୃଷ୍ଣ ଜୀଉ ହରିସଭା ମନ୍ଦିର ପ୍ରାଙ୍ଗଣ, ମାଣିଖମ୍ବ, ବାଲେଶ୍ୱର ଠରେ ଅନୁଷ୍ଠିତ ହେବାକୁ ଯାଉଅଛି । ପ୍ରତ୍ୟହ ସକାଳ ୬ଟା ୩୦ରୁ ୮ଟା ଏବଂ ସନ୍ଧ୍ୟା ୬ଟା ୩୦ରୁ ୮ଟା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିବ । ଏଥିରେ ପ୍ରବକ୍ତା ଭାବେ ପ୍ରବଚନ ଦେବେ ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ ଓ ଆଚାର୍ଯ୍ୟ ବ୍ରହ୍ମଚାରୀ ଅଚ୍ୟୁତ ଚୈତନ୍ୟ (ଗୀତାର ୧୭ତମ ଅଧ୍ୟାୟ – ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ଏବଂ ବେଦାନ୍ତ-ଭଜଗୋବିନ୍ଦମ୍) । ଏଥିରେ ବହୁସଂଖ୍ୟାରେ ଭଗବତ୍ ପ୍ରେମୀ ଶ୍ରଦ୍ଧାଳୁଙ୍କୁ ଯୋଗଦେବାକୁ ନିବେଦନ କରାଯାଇଛି । ବୈଠକ ଶେଷରେ ରଶ୍ମିରଞ୍ଜନ ଶତପଥୀ ଧନ୍ୟବାଦ ଦେଇଥିଲେ ।
