ହକି ବିଶ୍ୱକପ ଟ୍ରଫିର ମୟୁରଭଂଜ ଜିଲ୍ଲା ପରିକ୍ରମା ପାଇଁ ପ୍ରସ୍ତୁତି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ
ବାରିପଦା : ଆଗାମୀ ଜାନୁଆରୀ ୧୩ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ବିଶ୍ୱ କପ ହକି ମ୍ୟାଚ ନିମନ୍ତେ ଚଳିତ ଡିସେମ୍ବର ୨୫ ତାରିଖ ରୁ ବିଶ୍ୱ କପ ହକି ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା ରେ ବାହାରିଛି । ଏହି ପରିକ୍ରମା କାର୍ଯ୍ୟକ୍ରମରେ ମୟୁରଭଂଜ ଜିଲ୍ଲା ପ୍ରଶାସନ ତରଫରୁ ଭବ୍ୟ ସ୍ୱାଗତ ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫେସିଲିଟେସନ ସେଂଟର ଠାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୁଷିକେଶ ଦ୍ୟାନ ଦେଓ ଖିଲାରୀ , ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦୌଲତ ଚନ୍ଦ୍ରକାର, ନଗରପାଳ କୃଷ୍ଣକ୍ଷନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ କୁମାର ମହାନ୍ତି ବୈଠକର ଆଭିମୁଖ୍ୟ ସମ୍ଭନ୍ଧ ରେ ସୂଚନା ପ୍ରଦାନ କରିଥିବା ବେଳେ, ଜିଲ୍ଲକ୍ଷରେ ସ୍ୱାଗତ କାର୍ଯ୍ୟକ୍ରମକୁ ବର୍ଣ୍ଣକ୍ଷଢ୍ୟ ପରିବେଶ ମଧ୍ୟରେ ଆୟୋଜନ କରିବା ପାଇଁ ସମସ୍ତ ପଦାଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବିଶ୍ୱକପ ଟ୍ରଫିର ଜିଲ୍ଲା ପରିକ୍ରମା କାର୍ଯ୍ୟ ସୂଚୀ ଅନୁଯାୟୀ ଜିଲ୍ଲା ସୀମାନ୍ତ ଚଢେଇଭୋଳ ଠାରେ ଜାନୁଆରୀ ୭ ତାରିଖ ସକାଳ ୧୦-୩୦ ଘଟିକା ସମୟରେ ଟ୍ରଫିକୁ ସ୍ୱାଗତ କରାଯାଇ ସ୍ୱାଗତ ଶୋଭା ଯାତ୍ରାରେ ଖିଚିଂ ,ଯଶିପୁର ଦେଇ ରାଇରଙ୍ଗପୁର ପୌରପାଳିକା କଲ୍ୟାଣ ମଣ୍ଡପ ଠାରେ ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ଭବ୍ୟ ସ୍ୱାଗତ ପରେ ଅପରାହ୍ନରେ କଚେରୀ ପଡିଆକୁ ଶୋଭାଯାତ୍ରା ରେ ନେଇ ସର୍ବସାଧାରଣଙ୍କ ଦର୍ଶନ ପରେ ସେହିଦିନ ସନ୍ଧ୍ୟାରେ ଟ୍ରଫିକୁ ସ୍ଥାନୀୟ ମୁର୍ଗାବାଡ଼ି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯିବା । ତା ୦୮/୦୧/୨୦୨୩ ରିଖ ସକାଳ ଘ.୬-୩୦ ମି. ସମୟ ରେ ସାର୍କିଟ ହାଉସ, ବାରିପଦାରୁ ସହର ପରିକ୍ରମାରେ ବାହାରି ବାରିପଦା ଷ୍ଟାଡିୟମ ପଡିଆ ନିକଟରେ ପହଂଚିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମିନି ମାରାଥନ, ଚିତ୍ରାଙ୍କନ ପ୍ରତିଯୋଗିତା ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କ୍ରୀଡାପ୍ରେମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଏନ.ସି. ସି., ସ୍କାଉଟ, ଗାଇଡ଼, ରେଡ଼କ୍ରସ ଦଳ, ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ସ୍ୱେଛାସେବୀ ତଥା ସାଧାରଣ ଜନତାଙ୍କୁ ସାମିଲ କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି । ଶେଷରେ ସୀମାନ୍ତବର୍ତୀ କଳମା ଠାରେ ଟ୍ରଫିକୁ ବିଦାୟ ସମ୍ଭର୍ଦ୍ଧନା ଦିଆଯାଇ ବାଲେଶ୍ୱର ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି । ବୈଠକରେ ରାଇରଙ୍ଗପୁର ଓ କରଂଜିଆ ର ଉପଜିଲ୍ଲାପାଳ, ତହସିଲଦାର, ପି.ଏ. ଆଇଟିଡିଏ ପ୍ରମୁଖଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।
