ବାରିପଦାରେ ଜାତୀୟ ଏସସି-ଏସଟି ହବ କନକ୍ଲେଭ ଏମଏସଏମଇ ଉତ୍ପାଦର ଜିଡିପିରେ ୩୦ପ୍ରତିଶତ ସହଭାଗିତା ରହିଛି
ବାରିପଦା : ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ମୟୂରଭଂଜ ଜିଲା ବାରିପଦା ସ୍ଥିତ ସହୀଦ ସ୍ମୃତି ଭବନ ପରିସରରେ ଜାତୀୟ ଏସସି-ଏସଟି ହବ କନକ୍ଲେଭର ଶୁଭ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ କ୍ରମ୍ପଟ୍ରଲର ଓ ଅଡିଟର ଜେନେରାଲ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ, ସମ୍ମାନୀତ ଅତିଥି ଭାବେ କେନ୍ଦ୍ର ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂହବର୍ମା ଯୋଗ ଦେଇ ଦେଶର ପ୍ରଗତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନେକ ଜନହିତକର ଯୋଜନା ରହିଥିବା ବେଳେ ଜନଜାତିଙ୍କୁ ଆଗକୁ ବଢ଼ିବାରେ ଏମଏସଏମଇ ବିଭାଗ ଅନ୍ତର୍ଗତ ନେସନାଲ ଏସଟି ଏସସି ହବ୍ ଯୋଜନା ନିଶ୍ଚିତ ଫଳପ୍ରଦ ହେବ ବୋଲି କହିଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ଜାତୀୟ କ୍ଷୁଦ୍ର ଶିଳ୍ପ କର୍ପୋରେସନ ଲିମିଟେଡ଼ର ସ୍ୱାଧୀନ ନିର୍ଦ୍ଦେଶକ କାଳନ୍ଦୀ ସାମଲ, ଏମଏସଏମଇ ସଚିବ ବି.ବି. ସ୍ୱାଇଁଙ୍କ, ଏମଏସଏମଇର ଏଡିସି ଡ.ଇଶିତା ଗାଙ୍ଗୁଲି ,ଏମଏସଏମଇର ଯୁଗ୍ମ ସଚିବ ମାର୍ସୀ ଇପାଓ , ପୂର୍ବ ଭାଗ ଜୋନର ଜିଏମ ସାଜିଦ ହୁସେନ ସିଦ୍ଦିକି, ଡିସି ଏମଏସଏମଇ ଏଡିସି ସୁଧା କେଶରୀ, ଏନଏସଆଇସିର ଜେନେରାଲ ମ୍ୟାନେଜର କେ.କେ. ଶର୍ମା ଓ ରାଷ୍ଟ୍ରୀୟ ବ୍ୟାଙ୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କନକ୍ଲେଭର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହସ୍ତଶିଳ୍ପ, ଢୋକରା ଶିଳ୍ପ ଆଦି ଷ୍ଟଲ ଗୁଡିକ ଅତିଥି ମାନେ ପରିଦର୍ଶନ କରିଥିଲେ । ଏହି କନକ୍ଲେଭ ଜରିଆରେ ଜନଜାତି ଉଦ୍ୟୋଗୀ ମାନେ ନିଜର ଉଦ୍ୟୋଗ ବସାଇ ସବସିଡି ପାଇବା ସହ ଦେଶର ବିକାଶରେ କିପରି ସହଭାଗିତା ହୋଇ ପାରିବେ ସେବିଷୟରେ ଅତିଥି ଏବଂ ଅଧିକାରୀ ମାନେ ଆଲୋଚନା କରି ଏମଏସଏମଇ ଉତ୍ପାଦ ଆମ ଦେଶର ଜିଡିପିରେ ୩୦ପ୍ରତିଶତ ସହଭାଗିତା କରିବା ସହ ୪୫ପ୍ରତିଶତ ବିଦେଶ ରପ୍ତାନୀ ମଧ୍ୟ ରହିଛି । ଗାଁ ଗଣ୍ଡାରେ ରହୁଥିବା ଅନେକ ଜନଜାତି ଲୋକମାନେ ଏବେ ଏହି ସ୍କିମ ଅନ୍ତର୍ଗତ ରାଷ୍ଟ୍ରୀୟ ଏସସି-ଏସଟି ହବ୍ ଜରିଆରେ ନିଜର ସଫଳ ଉଦ୍ୟୋଗ ପ୍ରତିଷ୍ଠା କରିବା ସହ ଅନେକ ଲୋକଙ୍କୁ ରୋଜଗାର ଦେଇ ପାରିଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଏସଏମଇର ସଫଳ ଉଦ୍ୟୋଗୀ ସୁଜିତ ପରିଡା, ଜୟଦେବ ବେହେରା ଓ ତୁଷାର ରଂଜନ ସୋରେନ, ଖୋଦି ଉଦ୍ୟୋଗର ସଫଳ ଉଦ୍ୟୋଗୀ ତଥା ସିପେଟରୁ ତାଲିମ ନେଇ ସଫଳତା ପାଇଥିବା ସରସ୍ୱତୀ ମାଝୀ, ଅଖିଳ ତରେଇ, ଘନଶ୍ୟାମ ସିଂ, ମଂଜୁଲତା ସେଠୀ, ମିସ୍ ଭାରତୀ ମୁର୍ମୁ, ଲକ୍ଷ୍ମୀକାନ୍ତ ମୁର୍ମୁ, ଶରତ ଚନ୍ଦ୍ର ସିଂ, ଦୁଲି ହେମ୍ବ୍ରମ, ଗୋବିନ୍ଦ ବାସ୍କେଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ଉଦ୍ୟୋଗୀ ମାନେ ମଧ୍ୟ ଏହି ଯୋଜନା ଦ୍ୱାରା ଲାଭାବାନ ହେବା ସହ ସରକାରୀ ପ୍ରତ୍ସାହନ ପାଇବା ପରେ ବେଶ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି ।
