କବି ଅଜିତ ପାତ୍ରଙ୍କ କବିତା ସଙ୍କଳନ ଅସମୀୟା ଭାଷାରେ ଉନ୍ମୋଚିତ
ବାରିପଦା : ଗତକାଲି ଆସାମର ରାଜଗଡ଼ରେ ପାଞ୍ଚଦିନ ବ୍ୟାପି ଉଦ୍ୟୋଗ, ବାଣିଜ୍ୟ, ଶିଳ୍ପ ଓ ବହି ମେଳାର ଭବ୍ୟ ଉଦବୋଧନ ଉତ୍ସବରେ ଓଡ଼ିଆ ଓ ବାଂଲା ଦ୍ୱିଭାଷୀ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ଅଜିତ ପାତ୍ରଙ୍କ କବିତା ସଙ୍କଳନ ପ୍ରିୟ ପୁବାଟୋ ତୋମାକ ଦିଲୋଁ (ପ୍ରିୟ ସକାଳଟା ତମକୁ ଦେଲି) ଲୋକାର୍ପିତ ହୋଇଯାଇଛି । ଏହି ସଂକଳନଟିକୁ ଆସାମ ସାହିତ୍ୟ ସଭା କେନ୍ଦ୍ରୀୟ ସମିତିର କାର୍ଯ୍ୟ ନିର୍ବାହୀ ସଦସ୍ୟ ପ୍ରମୁଦ ଦତ ଉନ୍ମୋଚନ କରିଥିବା ବେଳେ, ଗୌହାଟିର ସୁନାମଧନ୍ୟ ପ୍ରକାଶନ ସଂସ୍ଥା ବିଶାଲ୍ ପ୍ରକାଶନ ସଂକଳନଟିକୁ ପ୍ରକାଶ କରିଛି । ବିଶିଷ୍ଟ ଚିତ୍ରଶିଳ୍ପୀ ଅନୁପ ଭରଦ୍ୱାଜ ପ୍ରଚ୍ଛଦ ଆଙ୍କିଥିବା ବେଳେ, ଅନୁବାଦ କରିଛନ୍ତି ଆସାମର ଜନପ୍ରିୟ ଲେଖକ ଏବଂ ଅନୁବାଦକ ବିନୋଦ କୁର୍ମୀ । ଉନ୍ମୋଚନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡଃ ବିନୀତା ମାରାଂ, ଜୟରାମ କୁର୍ମୀ, ଚିନ୍ମୟ ଜ୍ୟୋତି ହାଜାରିକା, ସଂଜିର ଦତ ପ୍ରମୁଖ ଉପସ୍ଥିତ ଥିଲେ ।
