ଗଞ୍ଜାମ ଜିଲା ଅଙ୍ଗନବାଡି ଲେଡିସ ୱାର୍କରସ ଏସୋସିଏସନ ପକ୍ଷରୁ ସାଂସଦଙ୍କୁ ଦାବିପତ୍ର
ଗଞ୍ଜାମ : ଜିଲା ଅଙ୍ଗନବାଡି ଲେଡିସ୍ ୱାର୍କରସ୍ ଏସୋସିଏସନର ଏକ ପ୍ରତିନିଧି ଦଳ ଆଜି ସକାଳେ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କୁ ତାଙ୍କ ଚେରମାରିଆ ସ୍ଥିତ ବାସଭବନରେ ଭେଟି ଅଙ୍ଗନବାଡି କର୍ମୀଙ୍କ ଚାଲିଥିବା ୩୭ ଦିନ ଅହୋରାତ୍ର ଧାରଣା ସଂପର୍କରେ ଅବଗତ କରାଇବା ସହ ଆଠ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପ୍ରତି ସେ ସହାନୁଭୂତି ଜଣାଇଥିଲେ । ଏହି ପ୍ରତିନିଧି ଦଳରେ ଜିଲା ସଭାପତି ରଂଜିତା ରଥ, ଉପଦେଷ୍ଟା ସୁଶ୍ରୀ ପୁଷ୍ପାନ୍ଜଳି ପଣ୍ଡା, ଗୀତାନ୍ଜଳି ନାୟକଙ୍କ ସମେତ ହିନ୍ଜିଳି, ଶେରଗଡ ଓ ଆସିକା ବ୍ଳକର ବହୁ ଅଂଗନବାଡି କର୍ମୀ ଉପସ୍ଥିତ ଥିଲେ ।
