ସାଇକେଲ୍ ଆରୋହୀଙ୍କ ଉପରେ ମାଡ଼ିଗଲା ମାଟି ବୋଝେଇ ଟ୍ରକ୍, ଘଟଣାସ୍ଥଳରେ ସାଇକେଲ ଆରୋହୀ ମୃତ
ନୀଳଗିରି : ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା ମାଟି ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ବାଲେଶ୍ୱର ଜିଲା ନୀଳଗିରି ବାଇପାସ ରାସ୍ତା କଦମ୍ବସାହି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ଘାଟଘରସାହି ଅଞ୍ଚଳର ସନାତନ ରାଉତ (୭୫) ।
ସୂଚନା ଯେ, ମଙ୍ଗଳବାର ଏକ ମାଟି ବୋଝେଇ ଟ୍ରକ୍ ଆସି ସନାତନଙ୍କୁ ଧକ୍କା ଦେଇ ତାଙ୍କ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଟ୍ରକଟି ଫେରାର ହୋଇଯାଇଥିବା ଜଣାପଡିଛି । ନୀଳଗିରି ପୋଲିସ ଶବ ଜବତ କରି ଶବ ବ୍ୟବଚେଛଦ କରିବାକୁ ପଠାଇବା ଥିବା ବେଳେ ମାଟି ବୋଝେଇ ଟ୍ରକଟି କାହାର ତଦନ୍ତ ଜାରି ରଖିଛି ।
