୨୩୨ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଖନ୍ତାପଡ଼ା ଅଞ୍ଚଳରେ ଅବକାରୀ ପୋଲିସ ଟିମ୍ ପକ୍ଷରୁ ଚଢାଉ । ୨୩୨ଗ୍ରାମର ବ୍ରାଉନସୁଗାର ଜବତ ସହିତ ଜଣେ ଗିରଫ । ଗିରଫ ଜଣଙ୍କ ହେଉଛନ୍ତି ଅନୁଜ ମହାନ୍ତି ।
ଅନୁଜ ବ୍ରାଉନସୁଗାର ବିକ୍ରି ପାଇଁ ବୁଲୁଥିବା ବେଳେ ହାତାହାତି ଅବକାରୀ ବିଭାଗ ତାଙ୍କୁ କାବୁ କରିଥିଲା । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୩ଲକ୍ଷରୁ ଅଧିକ ଟଙ୍କା ହେବ । ଏନେଇ ଅଧିକ ତଦନ୍ତ ଜାରି ରହିଛି ।
