ଅଟୋକୁ ପିଟିଲା ବାଇକ୍, ଦୁଇ ଗୁରୁତର
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ହରିକୃଷ୍ଣପୁର ନିକଟରେ ଥିବା ଶିବ ମନ୍ଦିର ଠାରେ ଆଜି ସକାଳେ ଘଟିଯାଇଛି ଏକ ସଡ଼କ ଦୁର୍ଘଟଣା । ଫଳରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ପଟାପାବୁଲି ଓ ହରିକୃଷ୍ଣପୁର ମଝିରେ ଥିବା ଶିବ ମନ୍ଦିର ଠାରେ ଶେରଗଡ଼ ପଟୁ ଆସୁଥିବା ଗୋଟିଏ ବାଇକ ବଡ଼ଗଡ଼ ପଟୁ ଆସୁଥିବା ଅଟୋକୁ ଧକ୍କା ଦେଇଥିଲା । ଯଦ୍ୱାରା ବାଇକ୍ ଚାଳକଙ୍କ ସହ ଅଟୋରେ ବସିଥିବା ଜଣେ ମହିଳା ଗୁରୁତର ହୋଇଛନ୍ତି । ଖବର ପାଇ ଶେରଗଡ଼ ପୋଲିସ ଘଟଣାସ୍ଥଳରେ ପହଁଚି ଆହତ ମାନଙ୍କୁ ଶେରଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ସୂଚନା ମିଳିଛି । ବାଇକ୍ ଚାଳକ ଆସ୍କା ଅଂଚଳର ପଂକଳବାଡି ଗ୍ରାମର କାହ୍ନୁ ନାୟକ ବୋଲି ଜଣାପଡିଛି ।
