ମୋବାଇଲରେ ପବଜି ଖେଳିବା ହେଲା କାଳ , ନାବାଳକର ଆତ୍ମହତ୍ୟା
ଚମ୍ପୁଆ : ମୋବାଇଲରେ ପବଜି ଖେଳିବା ହେଲା କାଳ । ଖେଳ ପାଇଁ ଚମ୍ପୁଆର ୭ ନମ୍ବର ୱାର୍ଡରେ ପାଇଖାନା ଭିତରେ ବେକରେ ଫାସି ଦେଇ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ, ଚମ୍ପୁଆ ଏନଏସି ଅନ୍ତର୍ଗତ ୭ ନମ୍ବର ୱାର୍ଡର ଜଣେ ନାବାଳକ ଆଜି ପବଜି ଖେଳରେ ମଜ୍ଜି ପାଇଖାନା ଭିତରେ ବେକରେ ଫାସି ଲଗାଇ ଦେଇଥିଲେ । ନାବାଳକ ର ନାମ ଶୁଭମ ପାତ୍ର ସେ ସ୍ଥାନୀୟ ଏକ ବିଦ୍ୟାଳୟ ର ପଞ୍ଚମ ଶ୍ରେଣୀର ଛାତ୍ର । ଫାଶୀ ନେବାର କିଛି ସମୟ ପରେ ଘର ଲୋକେ ଦେଖି ତାକୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ, କିନ୍ତ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଏନେଇ ଚମ୍ପୁଆ ଥାନାକୁ ଖବର ହେବା ପରେ ପୋଲିସ ଡ଼ାକ୍ତର ଖାନାରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
