କଟକ-ଭୁବନେଶ୍ୱରରେ ସୋମବାର ସକାଳୁ ଘନ କୁହୁଡି
ଭୁବନେଶ୍ୱର : କଟକ-ଭୁବନେଶ୍ୱରରେ ସୋମବାର ସକାଳୁ ଘନ କୁହୁଡି ପଡିଥିବା ଦେଖିବାକୁ ମିଳିଛି । ଘନ କୁହୁଡି ଭିଜିବିଲିଟି ଖୁବ ହ୍ରାସ ପାଇଥିବାକୁ ଅଳ୍ପ ଦୂରତା ମଧ୍ୟ ଦେଖା ଯାଉ ନାହିଁ । ଏହି ଘନ କୁହୁଡି ଯୋଗୁଁ ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଚାରିଆଡେ ଘନ କୁହୁଡ଼ିର ଆସ୍ତରଣ ଦେଖା ଯାଉଥିବାରୁ ଓ ରାସ୍ତା ଠିକ ଭାବେ ଦେଖା ଯାଉ ନ ଥିବା କାରଣରୁ ରାସ୍ତାରେ ଗାଡ଼ିର ଗତି ଧୀମା ରହିଛି । ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଛି ।
