ଗୁଲନଗର ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗୁଲନଗର ହାଇସ୍କୁଲ ପରିସରରେ ପ୍ରାକ୍ତନ ଶିକ୍ଷକ ଜଗନ୍ନାଥ ତ୍ରିପାଠୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ଦିତା ଖଟୁଆ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା, ଶିଶୁ ବିକାଶ ଯୋଜନା ଅଧିକାରୀ କବିତା ନାୟକ, ଗୁଲନଗର ସରପଞ୍ଚ ସନ୍ଧ୍ୟାରାଣୀ ସାହୁ, ସମିତିସଭ୍ୟା ଚିନ୍ମୟୀ ସାହୁ, ନାଏବ ସରପଞ୍ଚ ଭାବନ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ଶାରଦା ପ୍ରସନ୍ନ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କରୁଣାକର ସାହୁ ସ୍ୱାଗତ ଭାଷଣ ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ୫ଟି ସ୍ୱୟଂ ସହାୟିକା ଗୋଷ୍ଠିକୁ ୨୦ଲକ୍ଷ ୫୦ହଜାର ଟଙ୍କାର ବ୍ୟାଙ୍କ ଋଣ ମଞ୍ଜୁରୀପତ୍ର, ୨ଟି ସ୍ୱୟଂ ସହାୟିକା ଗୋଷ୍ଠିକୁ ଏକଲକ୍ଷ ୩୦ହଜାର ଟଙ୍କାର ବିନିଯୋଗ ଋଣର ମଞ୍ଜୁରୀପତ୍ର ଓ ୪ଜଣ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାଙ୍କୁ ଦୁସ୍ଥ ନିରାକରଣ ପାଣ୍ଠି ବାବଦକୁ ୨୦ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜସ୍ୱ, କୃଷି, ଉଦ୍ୟାନକୃଷି, ପଶୁପାଳନ, ସ୍ୱାସ୍ଥ୍ୟ, ଓଡିଶା ଜୀବିକା ମିଶନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ପ୍ରଭୃତିର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ । ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି ପକ୍ଷରୁ ଷ୍ଟଲମାନ ଖୋଲାଯାଇ ସେମାନଙ୍କ ଉତ୍ପାଦ ସାମଗ୍ରୀ ବିକ୍ରୀ କରାଯାଇଥିଲା । ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ଗୁଡିକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୧୨୫ଟି ଦରଖାସ୍ତ ଆସିଥିବା ବେଳେ ରାସନକାର୍ଡ ପାଇଁ ୬୫, ଭତ୍ତା ପାଇଁ ୨୨ଟି, ସ୍ୱାସ୍ଥ୍ୟ ଓପିଡିରେ ୭୪ଟି, ଆର.ବି.ଏସ.କେ.ରେ ୨୮ଟି, ଏମ.ସି.ଡି. ସ୍କାନିଙ୍ଗରେ ୭୮ଟି, ଉଦ୍ୟାନକୃଷିରେ ୨ଟି, ମତ୍ସ୍ୟ ବିଭାଗରେ ୩ଟି, ପୋଖରୀ ପାଇଁ ୮ଟି, ଭୂମିହୀନଙ୍କୁ ଜମି ଯୋଗାଣ ପାଇଁ ୭ଟି ଏଭଳି ମୋଟ ୪୧୭ଟି ଦରଖାସ୍ତ ମିଳିଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୁଶାନ୍ତ କୁମାର ଦାସ, ଖଗେଶ୍ୱର ସାହୁ, ଚିତ୍ତରଞ୍ଜନ ପୃଷ୍ଟି, ଗୋଲଖ ସେଠୀ, ହଳଧର ପାତ୍ର, ବଟକୃଷ୍ଣ ମହାରଣା, ତ୍ରିଲୋଚନ ଦାସ, ଶଶିକାନ୍ତ ନାୟକ, ଦୁର୍ଯ୍ୟୋଧନ ବାରିକ, ବିଭୁତିଭୂଷଣ ଜେନା, ସନାତନ ଚୈାଧୁରୀ, କ୍ଷୀରୋଦ କୁମାର ବେହେରା, ବୈକୁଣ୍ଠନାଥ ସାହୁ, ରାଜେନ୍ଦ୍ର ମହାରଣା, ଗୋରାଙ୍ଗ ପାତ୍ର, କାଳନ୍ଦି ପୃଷ୍ଟି, ରାଜେନ୍ଦ୍ର ପୃଷ୍ଟି, ସହଦେବ ପୃଷ୍ଟି, ନିତ୍ୟାନନ୍ଦ ନାୟକ, ପର୍ଶୁରାମ ସାହୁ, ସନ୍ତୋଷ କୁମାର ମହାରଣା, ତପନ ଦାସ ପ୍ରମୁଖ ସହଯୋଗ କରିଥିଲେ ।
