ଅଟଳବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀରେ କବିତା ପାଠୋତ୍ସବ
କେନ୍ଦ୍ରାପଡ଼ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ମହାନ ରାଷ୍ଟ୍ରନାୟକ, ଦେଶପ୍ରେମୀ ତଥା ବଶିଷ୍ଟ କବି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ଏକ କବିତା ପାଠୋତ୍ସବ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କବୟିତ୍ରୀ ଡଃ. କଳ୍ପନା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମେଜର ଭରତ ଚନ୍ଦ୍ର ଜେନା, ଡଃ. ଶ୍ରୀଧର ସାମଲ, ଗୋପିନାଥ ତ୍ରିପାଠୀ, ପ୍ରେମାନନ୍ଦ ଖଣ୍ଡୁଆଳ, ମନ୍ମଥନାଥ ବରାଳ, ରତ୍ନାକର ମଲ୍ଲିକ ପ୍ରମୁଖ ଯୋଗଦେଇ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଉଦେଶ୍ୟରେ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଧବ ମଲ୍ଲିକ, କବିତା ମୁଦୁଲି, ଅଜୟ ବେହେରା,ରଞ୍ଜନ ବାଇ, ଅଜୟ ପାତ୍ର, ସ୍ୱପ୍ନାଂଶୁ ଦାସ, ହେମନ୍ତ ମଲ୍ଲିକ, ଦେବାଶିଷ ସ୍ୱାଇଁଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ କବିମାନେ ଯୋଗଦେଇ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ୱରଚିତ କବିତା ପାଠ କରିଥିଲ ।
